ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ଜଳିଗଲା ୩ ବଗି


ବିଶାଖାପଟନମ: ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଜଳିଗଲା ୩ଟି ବଗି। ହାୱଡା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ନିଆଁ ଲାଗି ୩ଟି ବଗି ଜଳିଯାଇଥିବା ସୂଚନା ମିଳିଛି। ବିଶାଖାପଟନମର ପାଗିଡିପାଲି-ବୋମାଇପାଲି  ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନର ତିନୋଟି ବଗିରେ ନିଆଁ ଲାଗି ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନର ଏକାଧିକ ବଗିରେ ନିଆଁ ଲାଗି ଯାଇଥିବା ଜଣାଯାଇଛି  । ତେବେ ଟ୍ରେନରେ ନିଆଁ ଲାଗି ଯାଇଥିବା ଦେଖି ସମସ୍ତ ଯାତ୍ରୀ ଓହ୍ଲାଇ ଯାଇଥିବା ଜଣାଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ସର୍ଟ ସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।  ଏସ୍-୪, ଏସ୍-୫ ଓ ଏସ-୬ ବଗି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଅନ୍ୟ ବଗିକୁ ନିଆଁ ବ୍ୟାପିବାରେ ଲାଗିଛି ।