Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନିପାଟଣା ଠାରେ ଚତୁର୍ଥ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ର ନୂତନ ସମ୍ମିଳନୀ ଗୃହ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଙ୍କ ଅଧ୍ୟକ୍ଷତା ରେ ଚତୁର୍ଥ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା,ଧର୍ମଗଡ ବିଧାୟକ ଶ୍ରୀ ମୌଶଧି ବାଗ , ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର , ଜିଲ୍ଲପାଳ ପି ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଧୀରା ମେହେର,ସଦର ବିଧାୟକ ପ୍ରତିନିଧି ଶ୍ରୀ ମନୋଜ ସାହୁ ଏବଂ ନର୍ଲା ବିଧାୟକ ପ୍ରତିନିଧି ଶ୍ରୀ ସୁଧିର ରଞ୍ଜନ ମହାନ୍ତି ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାର ଉନ୍ନତି ଓ ବିଭିନ୍ନ ଆଞ୍ଚଳିକ ସମସ୍ୟା ର ସମାଧାନ ନିମନ୍ତେ ବୈଠକ ରେ ଶାନ୍ତି ପୂର୍ଣ୍ଣ ଆଲୋଚନା, ଗଠନ ମୂଳକ ସହାୟତା ଓ ପ୍ରସ୍ତାବ ଦେବାକୁ ନିର୍ବାଚିତ ଲୋକ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ମାନଙ୍କୁ ନିଜ ଦାୟିତ୍ଵ ସଠିକ୍ ଭାବେ ନିର୍ବାହ ସହ ସମସ୍ୟା ର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ ।ବୈଠକ ରେ ଡି ପି ଓ ଶ୍ରୀ ପ୍ରଧାନ ଏଜେଣ୍ଡା ଅନୁଯାୟୀ ଗତ ୧୦.୦୨.୨୦୨୩ରେ ଅନୁଷ୍ଠିତ ହୋଇ ଥିବା ଅନୂପାଳନ ବିବରଣୀ ପାଠ କରିଥିଲେ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଧ୍ୟକ୍ଷା ଉପସ୍ଥାପନ କରି ଥିବା ବିଭିନ୍ନ ପ୍ରଶ୍ନ ଉପରେ ବିଭାଗୀୟ ଅଧିକାରୀ ଉତ୍ତରକୁ ପାଠ କରିଥିଲେ ।

ଜିଲ୍ଳା ପରିଷଦ ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତା ରେ ବିଭିନ୍ନ ବିଭାଗ ଯଥା ଜଳ ଯୋଗାଣ, ସ୍ୱାସ୍ଥ୍ୟ, କୃଷି, ବିଦ୍ୟୁତ୍, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ସାଧାରଣ ବଣ୍ଟନ,ରାସ୍ତା ଓ ଗୃହ ନିର୍ମାଣ, ଅବକାରୀ , ସମାଜ ମଙ୍ଗଳ ଉପରେ ସମୀକ୍ଷା ହୋଇ ଥିଲା । ଜିଲ୍ଳା ପରିଷଦ ସଭ୍ୟ ଓ ବ୍ଲକ୍ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳ ର ବିଭିନ୍ନ ସମସ୍ୟା ଉପସ୍ଥlପନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ଉତ୍ତର ଓ ସମାଧାନ ସକାଶେ କାର୍ଯ୍ୟାନୁଷ୍ଠ।ନ ଗ୍ରହଣ କରିବାକୁ କହିଥିଲେ । ଜନ ଯୋଗାଣ ଓ ସାଧାରଣ ବଣ୍ଟନ ବିଭାଗ ତରଫରୁ ସୂଚନା ଯେ ୨୦୨୨-୨୩ ଖରିଫ ଋତୁରେ ୩୦.୬.୨୦୨୩ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୫୬ ଲକ୍ଷ ୩୯ ହଜାର ୧୦୩ କ୍ଵିଣ୍ଟାଲ ଧାନ ଥିବା ବେଳେ ୫୬ ଲକ୍ଷ ୭୮୧ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଛି ଯାହାକି ୯୯.୩୨% ପ୍ରତିଶତ ଅଟେ ଏବଂ ରବି ଋତୁରେ ୨୫ ଲକ୍ଷ ୧୪ ହଜାର ୧୬୨ କ୍ଵିଣ୍ଟାଲ ଧାର୍ଯ୍ୟ ଲକ୍ଷ୍ୟରୁ ମୋଟ ୨୨ ଲକ୍ଷ ୨୫ ହଜାର ୪୬୯ କ୍ଵିଣ୍ଟାଲ ଧାନ ସଂଗ୍ରହ ଯାହାକି ୮୮.୫୧% ପ୍ରତିଶତ ଅଟେ।ଖରିଫ ରେ ୯୮୩୩୩ ଜଣ ଓ ରବିରେ ୩୮୫୨୨ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ ଏବଂ ସେ ମଧ୍ୟରୁ ଖରିଫ ରେ ୯୪୫୫୯ ଜଣ ଏବଂ ରବିରେ ୩୨୪୧୩ ଜଣ ଚାଷୀ ନିଜର ଧାନ ବିଭିନ୍ନ ମଣ୍ଡି ରେ ବିକ୍ରୟ କରିଥିଲେ।ଜିଲ୍ଲାରେ ଏନ୍ ଏଫ୍ ଏସ୍ ଏସ, ଏସ ଏଫ୍ ଏସ ଏସ ରାସନ୍ କାର୍ଡ ଯୋଜନା ରେ ୪,୧୦,୨୫୨ ଟି ପରିବାର ଅନ୍ତର୍ଭୁକ୍ତ ହୋଇଛନ୍ତି। ୨୦୨୨-୨୩ ବର୍ଷ ଖରିଫ୍ ଋତୁ ଓ ରବି ଋତୁ ରେ ଧାନ ସଂଗ୍ରହ ଅତ୍ୟନ୍ତ ଶୃଙ୍ଖଳା ଏବଂ ଉତ୍ସାହଜନକ ର ସହ ସମାପନ ହୋଇଥିଲା ।

ସେଭଳି ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ୪୦୪ ଡାକ୍ତର ଆବଶ୍ୟକ ଥିବା ସତ୍ତ୍ବେ ୨୧୬ ଟି ପୂରଣ ହେଇଛି ଏବଂ ୧୮୮ ଟି ଖାଲି ପଡ଼ିଛି । ଆୟୁଷ ଡାକ୍ତର ୫୬ ଟି ଆବଶ୍ୟକ ସତ୍ତ୍ବେ ୪୬ ଟି ପୂରଣ ଓ ୧୦ ଟି ଖାଲି ପଡ଼ିଛି। ଷ୍ଟାଫ୍ ନର୍ସ ୨୫୩ ରୁ ୧୬୦ ଟି ପୂରଣ ହେଇଛି। ଜିଲ୍ଳା ରେ ୧୦୮ ଆମ୍ବୁଲାନ୍ସ ୨୧ ଟି ଏବଂ ୧୦୨ ଆମ୍ବୁଲାନ୍ସ ରୁ ୧୭ ଟି , ମା ଗୃହ ୭ ଟି, ବାଇକ୍ ଆମ୍ବୁଲାନ୍ସ ୭ ଟି, ବୋଟ ଆମ୍ବୁଲାନ୍ସ ୧ ଟି, ପି ପି ମୋଡ୍ ପି ଏଚ ସି ୭ ଟିରହିଛି। କୃଷି ବିଭାଗ ସୁଚନା ରୁ ୨୦୨୩ ଖରିଫ ପାଇଁ ୧୮୪୧୬୧ ହେକ୍ଟର ଜମିରେ ଧାନ ଓ ୧୯୯୫୬୦ ହେକ୍ଟର ଜମିରେ ଅଣ ଧାନ ଚାଷ, ପ୍ରମାଣକୃତ ବିହନ ଲକ୍ଷ୍ୟ ୨୦୯୦୦ କ୍ଵିଣ୍ଟାଲ ରୁ ୧୮୦୬୨ କ୍ଵିଣ୍ଟାଲ ପ୍ରାପ୍ତ ଏବଂ ଚାଷୀଙ୍କୁ ୯୨୭୮ କ୍ଵିଣ୍ଟାଲ ଯୋଗାଣ ହୋଇଛି।ସମସ୍ତ ପ୍ରକାର ଜଳସେଚନ ବ୍ୟବସ୍ଥା କ୍ରମେ ଖରିଫ ୨୦୨୩ ପାଇଁ ୨,୫୪,୮୦୪ ହେକ୍ଟର ଜମିରେ ଜଳ ଯୋଗାଣ ହେବ।ଶିକ୍ଷା ବିଭାଗର ସୂଚନା ଅନୁଯାୟୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁମୋଦିତ ଶିକ୍ଷକ ୨୨୬୯ ରୁ ୧୬୮୪ ଜଣ କାର୍ଯ୍ୟ କରୁଛନ୍ତି ଏବଂ ୫୮୫ ଜଣ ଶିକ୍ଷକ ପଦବୀ ଖାଲିପଡ଼ିଛି। ସେଭଳି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁମୋଦିତ ୫୯୭୭ ପଦବୀ ରୁ ୩୫୭୨ ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି ଓ ୨୪୦୫ ଖାଲି ପଡିଛି।

ଜିଲ୍ଲା ପରିଷଦ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଗୃହରେ ଉପସ୍ଥାପନ କରିଥିଲେ। ବିଶେଷତଃ ଗ୍ରାମ୍ୟ ଉନ୍ନୟନ ଓ ପି ଡବ୍ଲୁ ଡି ରାସ୍ତାର ଶୋଚନୀୟ ଅବସ୍ଥା , ମରାମତି ନ ହେବା,ଟେଣ୍ଡର ହୋଇ ଦୀର୍ଘ ଦିନ ଧରି କାର୍ଯ୍ୟ ନ କରିବା, ଜେ ଇ ଏବଂ ଏସ ଡି ଓ ଙ୍କ ଅବହେଳା,ଠିକାଦାର ପ୍ରୀତି ଯୋଗୁ ନିଜ ଅଞ୍ଚଳର ଜନସାଧାରଣ କିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ତା ଉପରେ ଆଲୋଚନା କଲେ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କଲେ।ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଙ୍କୁ ଅତି ଶୀଘ୍ର ରାସ୍ତା ତଦାରଖ,ଗସ୍ତ ଓ କାର୍ଯ୍ୟକୁ ତ୍ୱରାନ୍ନୀତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୁନାଗଡ଼ ବିଧାୟକ କ୍ୟାପଟେନ ମିଶ୍ର କେସିଙ୍ଗା ଡାକ୍ତରଖାନା କୁ ଉପଖଣ୍ଡ ଚିକିତ୍ସାଳୟରେ ପରିଣତ ଏବଂ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଏକ ୧୦୦ ଶଯ୍ୟା ବିଶିଷ୍ଟ ଏମ ସି ଏଚ୍ ସ୍ୱାସ୍ଥ୍ୟ କେନ୍ଦ୍ର କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ସରକାରଙ୍କୁ ଅନୁରୋଧ କରିବାକୁ ପତ୍ର ପ୍ରେରଣ ପାଇଁ କହିଥିଲେ।ଅନେକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲ ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ଏବଂ ଏଥିପାଇଁ ଦୂର ଦୁରାନ୍ତ ଛାତ୍ର ଛାତ୍ରୀ ଅସୁବିଧା ଭୋଗ କରୁଛନ୍ତି ବୋଲି ଜିଲ୍ଲା ପରିଷଦ ସଭ୍ୟ ମାନେ କହିଥିଲେ। ଗ୍ରାମ୍ୟ ଉନ୍ନୟନ କେସିଙ୍ଗା ଡିଭିଜନ ଅଧୀନରେ ଅନେକ ରାସ୍ତା ଆଜି ପର୍ଯ୍ୟନ୍ତ ଠିକ୍ ହୋଇନାହିଁ ଏବଂ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟ ସମ୍ପାଦନ ଉପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଶେଷ ଅସନ୍ତୋଷ ପ୍ରକାଶ କରିଥିଲେ।

ଚାଷୀ ପଞ୍ଜିକରଣ ଅନିୟମିତତା,ବିଭିନ୍ନ ବ୍ଲକ ସ୍ତରୀୟ ଉନ୍ନତି ମୂଳକ କାର୍ଯ୍ୟରେ ଜନ ପ୍ରତିନିଧି ଙ୍କୁ ଅଣଦେଖା, ସ୍ବାସ୍ଥ୍ୟ କେନ୍ଦ୍ର ରେ ଔଷଧ ଅଭାବ, ଆମ୍ବୁଲାନ୍ସ କିଣା, ଷ୍ଟାଫ ନର୍ସ ଙ୍କ ସଂଖ୍ୟା ବୃଦ୍ଧି,ପି ଏଚ୍ଚ ସି ରେ ଡାକ୍ତର, ଏଲ ଆଇ ପଏଣ୍ଟ, ପୋଲ ନିର୍ମାଣ ଉପରେ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର କୁ ଗୃହରେ ପାଠ କରାଯାଇଥିଲା। ଜିଲ୍ଲା ପରିଷଦ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ଆସନ୍ତା ବୈଠକ ରେ ଯେଭଳି ସମସ୍ତ ବିଡିଓ ଉପସ୍ଥିତ ରହିବେ ତା ଉପରେ ନିଷ୍ପତ୍ତି ନିଆଯିବାକୁ ଗୃହ ରେ କହିଥିଲେ।ବୈଠକରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,ବ୍ଲକ ଅଧ୍ୟକ୍ଷ,ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।ସଭାଟିକୁ ସଫଳ ଆୟୋଜନ ରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ବିଷ୍ଣୁ ପାତ୍ର, ସୁରେଶ ସାହୁ, ବିମ୍ବାଧର ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ଶେଷ ରେ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ସମସ୍ତ ସହଯୋଗ କୁ ପ୍ରଶଂସା କରି ଧନ୍ୟବାଦ୍ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ