Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଚେତନ ପାଇଁ ଗଡ଼ିଲା ମାଣ୍ଡିଆ ରଥ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସର ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଆୟୋଜିତ ମାଣ୍ଡିଆ ସଚେତନ ରଥ ଶୁକ୍ରବାର ଉଦଘାଟିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଡିଓ ସୂଚରିତା ମୁଗ୍ରୀ,ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ମିଶନଶକ୍ତି ବିପିସି ବିପିନ ବାରିକ, ଓଏଲଏମ ଭାରପ୍ରାପ୍ତ ବିପିଏମ୍ ଲଳିତ ବିଶି,ମ.ରାମପୁର ବ୍ଳକକୃଷିଅଧିକାରୀ ଜ୍ଞାନେଶ୍ୱରୀ ବିନ୍ଧାଣି,କର୍ଲାମୁଣ୍ଡା ଭାରପ୍ରାପ୍ତ ଏଏଓ ଅରୁଣ କୁମାର ପାଢୀ,ଏଟିଏମ୍ ଶ୍ୟାମ ପଦ ଭଞ୍ଜ, ଏଫଇଓ ଶସିକାନ୍ତ ବେହେରା,ମିଲେଟ ମିଶନ ପ୍ରକଳ୍ପ ର ବ୍ଳକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା,ଏବିପିସି ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ରଥ କୁ ଉଧଘାଟନ କରିଥିଲେ।ଏହି ରଥ ଜରିଆରେ ର ମିଲେଟ ମିଶନ ପ୍ରକଳ୍ପ ର ୫୪ ଟି ଗାଁ କୁ ପହଞ୍ଚି ଚାଷୀ ମାନଙ୍କୁ କ୍ଷୁଦ୍ରଶଷ୍ୟ ଚାଷ ପାଇଁ ବିଭିନ୍ନ କୌଶଳ, ସରକାରୀ ସହାୟତା ବିଷୟରେ ସଚେତନ କରାଯିବା କୁ ଲକ୍ଷ୍ୟ ଥିବା ଜଣା ପଡିଛି।ଏଥିରେ ସିଆରପି ବାଲ୍ମୀକି ଛତ୍ରୀଆ,ଜୀବରଧନ ସାହୁ,ଧୁରାବନ ବାଗ,ଶ୍ରଦ୍ଧାଞ୍ଜଳି ବାଗ, ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ