Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମାଟି ଅତଡା ଖସି ୨ ଶ୍ରମିକଙ୍କ ମୃତ୍ୟୁ।

କୋକସରା:୯/୭ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅ଼଼ଲାଭଟା ଗାଁ ରେ ଘଟି ଯାଇଛି ଏକ ଦୁଃଖଦ ଘଟଣା ଗାଁ ନିକଟରେ ଥିବା ଡୁର୍କାଡଙ୍ଗରି କୁ ଗେଟି ମେଟାଳ ଫଟେଇବା ଯାଇଥିବା ବେଳେ ପଥର ଅତଡା ଖସିଯାଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ଅଲାଭଟା ଗ୍ରାମର ମୁକୁନ୍ଦ ପରାଭୋଇ(୫୫) ଓ ରାଜକୁମାରି ନାଏକ(୩୦) ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଦୁଇ ପରିବାର ସେହି ଡଙ୍ଗର ରେ ଗେଟି ମେଟ।ଲ ଫଟେଇ ପରିବାର ପ୍ରତି ପୋଷଣ କରୁ ଥିଲେ ।ରବିବାର ମଧ୍ୟ ୨ ପରିବାର ଗେଟି ଚୋପିବାକୁ ଯାଇ ଥିଲେ ।କାମ ସାରି ସମସ୍ତେ ଫେରୁଥିଲେହେଲେ କାମ କରୁ ଥିବା ଶୁଢ଼ଙ୍ଗ ରେ ଝୁଡ଼ି କୋଦାଳ ଛାଡ଼ି ଆସି ଥିବାରୁ ପୁଣି ଥରେ ଆଣିବା ପାଇଁ ଯାଇ ଥିଲେ ଏହି ସମୟ ରେ ଅତଡା ଖସି ପଡ଼ି ଥିଲା ଓ ମୁକୁନ୍ଦ ଓ ରାଜକୁମାରିଙ୍କ ଉପରେ ଏକ ବଡ଼ ପଥର ଖସିପଡିଥିଲା। ଫଳରେ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଜୟପାଟଣା ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡ଼ାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି।