Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରତିଶ୍ରୁତି ରଖିଲେ ବ୍ଲକ ଉପାଧ୍ୟକ୍ଷ, ପୋଲ ନିର୍ମାଣ ପରେ ଟିର୍ଲିଆମ ଗାଁ କୁ ଯାତାୟାତ ସ୍ୱାଭାବିକ।

କୋକସରା:୧୦/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଆମପାଣି ପଞ୍ଚାୟତ ର ଦୁର୍ଗମ ଟିର୍ଲିଆମ ଗାଁ ଯିବା ବାଟରେ ପଡୁଥିବା ଏକ ନାଲା ରେ ବର୍ଷ ର ୧୨ ମାସ ପାଣି ପ୍ରବାହିତ କାରଣରୁ ଗାଁ କୁ ଯିବାଆସିବା ରେ ଅନେକ ସମସ୍ୟା ଭୋଗୁଥିଲେ ଗ୍ରାମବାସୀ। ବର୍ଷା ଦିନରେ ରେ ନାଲା ଉପରେ ଅଧିକ ପାଣି ପ୍ରବାହିତ କାରଣରୁ ବାହାର ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡୁଥିବା ବେଳେ ଗତବର୍ଷ ଏହି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ଚିକିତ୍ସା ପାଇଁ ଆସିଥିବା ଡାକ୍ତରୀଦଲ ଗ୍ରାମବାସୀ ।ସେହି ସମୟରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ନାଲା ଉପରେ ଏକ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ବର୍ଷକ ପରେ ପୋଲ ନିର୍ମାଣ ଶେଷ ହୋଇଛି। ଆଜି ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଟିର୍ଲିଆମ ରେ ପହଞ୍ଚି ଗାଁ ର ବର୍ତ୍ତମାନ ର ସ୍ଥିତି ଓ ସମସ୍ୟା ଅନୁଧ୍ୟାନ କରିଛନ୍ତି। ତିର୍ଲିଆମ ଗାଁ ରେ ଲାଗିଥିବା ସୋଲାର ଅଚଳ ହୋଇପଡିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ, ଶୀଘ୍ର ମରାମତି କରିବାକୁ ବ୍ଲକ ଉପାଧ୍ୟକ୍ଷ କହିଛନ୍ତି।ବ୍ଲକ ଅଧ୍ୟକ୍ଷା ଙ୍କ ଅନୁଦାନ ରେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଗମନାଗମନ ପାଇଁ ଗ୍ରାମବାସୀ ସୁବିଧା ପାଇଥିବା ବେଳେ ବ୍ଲକ ପ୍ରଶାସନ ଓ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ଧନ୍ୟବାଦ ଜଣାଇଥିଲେ ଟିର୍ଲିଆମ ଗ୍ରାମବାସୀ।