Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ତହସିଲ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ।

କୋକସରା:୧୦/୦୭ କୋକସରା ବ୍ଲକ କୋକସରା ତହସିଲ କାର୍ଯ୍ୟାଳୟ ପରିସରରେ ସୋମବାର ଧର୍ମଗଡ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଛି। କୋକସରା ତହସିଲଦାର ଦେବବ୍ରତ କରାଟି ଙ୍କ ଉପସ୍ଥିତି ରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଶ୍ୱ ରେ ଜଳବାୟୁ ପରିବର୍ତ୍ତନ କାରଣ ରୁ ଦିନକୁ ଦିନ ତାପମାତ୍ରା ବୃଦ୍ଧି ହେଉଛି ଯାହା ପାଇଁ ହନ୍ତସନ୍ତ ହୋଇଛନ୍ତି ସାଧାରଣ ଲୋକେ |ଏହାକୁ ଦୃଷ୍ଟିରେ ରଖି ପରିବେଶ କୁ ସବୁଜିମା ରେ ପରିପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ବନ ମହୋତ୍ସବ ପାଳନ ଅବସର ରେ ତହସିଲ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି। ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କାଉର,ଆମପାଣି ବନପାଳ ମନୀଷା ପଟନାୟକ, ଫରେଷ୍ଟ ଗାର୍ଡ,ବନ ବିଭାଗ କର୍ମଚାରୀ ଓ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ |