Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷା ଅଭାବ ଯୋଗୁଁ ଚାଷ କାର୍ଯ୍ୟ ଆଗେଇ ପାରୁନି…..

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରେ ଚଳିତ ମାସ ସୁଦ୍ଧା ଆବଶ୍ୟକ ବର୍ଷା ହେଇ ନ ଥିବାରୁ ଚାଷୀ ମାନେ ଚାଷ କାର୍ଯ୍ୟ କୁ ଆଗେଇ ପାରୁ ନ ଥିବା ଦେଖିବାକୁ ମିଳିଛି।ଏହି ବ୍ଳକ ରେ ୧୨ ଟି ପଞ୍ଚାୟତ ରେ ମୋଟ ଧାନ ଚାଷ ଜମି ୭୩୬୦ ହେକ୍ଟର ରୁ ୫୯୦୦ ହେକ୍ଟର ଚାଷ ଜମି ପାଇଁ ଜଳ ସେଚନ ବ୍ୟବସ୍ଥା ଥିବା ବେଳେ ବର୍ଷା ଅଭାବ ଯୋଗୁଁ ଚାଷ ଆଗେଇପାରୁନି। ଠିକ ସେହିପରି ଅଣ କୃଷି ପାଇଁ ମୋଟ ୮୫୫୩ ହେକ୍ଟର ଜମି ରହିଥିଲେ ହେ କ୍ଷୁଦ୍ର ସଷ୍ୟ, କପା ଚାଷ ,ମକା ଚାଷ,ଚିନା ବାଦାମ,ହରଡ ଚାଷ ,ପନି ପରିବା ଚାଷ ରେ ମଧ୍ୟ ବର୍ଷା ଅଭାବ ଯୋଗୁଁ ଚାଷ ଠିକ ଭାବେ ହେଇପାରୁନଥିବା ଚାଷୀ ଦ୍ରୋଣ ସାହୁ କହିଛନ୍ତି।ଅନ୍ୟ ପଟେ ଜୁନ ମାସରେ ମାତ୍ର ୩୫ ମିଲିମିଟର ବର୍ଷା ରେ ବ୍ଳକ ର କିଛି ଅଞ୍ଚଳରେ ଚାଷୀ ମାନେ ପଲ୍ଲା ଓ ଧାନ ବୁଣି ଥିଲେ ହେ ବର୍ଷା ଅଭାବ ଯୋଗୁଁ ବର୍ତ୍ତମାନ ଏ ଅଞ୍ଚଳରେ ଗଜା ମରୁଡି ଭଳି ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି।ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ଜୁନ ମାସ ରେ ୧୪୦.୬ ମିଲି ,ଜୁଲାଇ ମାସରେ୩୩୯.୧ ମିଲି ବର୍ଷା ହୋଇଥିବା ବେଳେ ଗତ ମାସ ସୁଦ୍ଧା ୩୫ ମିଲି ମିଟର ବର୍ଷା ହୋଇଥିବା ସୂଚନା ମିଳିଛି।ତେବେ କର୍ଲାମୁଣ୍ଡା ବ୍ଳକ ରେ ଚଳିତ ଜୁଲାଇ ମାସ ପ୍ରଥମ ସପ୍ତାହ ମଧ୍ୟରେ ବର୍ଷା ହେଇନ ଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ