Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଣ୍ଟ୍ରି ବଳା ବାଜି ରାଜମିସ୍ତ୍ରୀ ଙ୍କ ମୃତ୍ୟୁ ଘଟଣା, ବ୍ଲକ ଉପାଧ୍ୟକ୍ଷ ଙ୍କ ହସ୍ତକ୍ଷେପ ପରେ ଶବ ନେବାକୁ।ରାଜି ହେଲେ ପରିବାର।

କୋକସରା:୧୨/୦୭ କୋକସରା ବ୍ଲକ ଲଡୁଗାଁ ସହର ର ଏକ ନିର୍ମାଣାଧୀନ ଦୋକାନ ଗୃହ ରେ ସେଣ୍ଟ୍ରି ଖୋଲୁଥିବା ବେଳେ ମୁଣ୍ଡ ରେ ବଳା ବାଜି ନିୟୋଜିତ ରାଜମିସ୍ତ୍ରୀ ବାବେକୋହରା ଗ୍ରାମର ନବୀନ ଜୁଏଡ଼(୪୭) ଙ୍କ ମଙ୍ଗଳବାର ଅପରାହ୍ନ ରେ ମୃତ୍ୟୁ ଘଟଣା ପରେ ପରିବାର ର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଙ୍କୁ ହରାଇ ପରିବାର ଭାଙ୍ଗି ପଡିଥିବା ବେଳେ ମୃତକ ଙ୍କ ପରିବାର ଭରଣପୋଷଣ ପାଇଁ କ୍ଷତିପୂରଣ ଦାବି କରିଥିଲେ। ଏଥିରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଘଟଣା ରେ ହସ୍ତକ୍ଷେପ କରି ପୀଡିତ ପରିବାର କୁ ସମବେଦନା ଜଣାଇବା ସହ ଲଡୁଗାଁ ର ଜୈନିକ ବ୍ୟବସାୟୀ ଙ୍କ ସହ ଆଲୋଚନା କରି କ୍ଷତିପୂରଣ ବାବଦ ରେ ୨ ଲକ୍ଷ ଓ ଶବ ସତ୍କାର ପାଇଁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନା ରୁ ୩ ହଜାର ମୋଟ ୨ ଲକ୍ଷ ୧୩ ହଜାର ଟଙ୍କା ଦେବାପାଇଁ ନିର୍ଭର ପ୍ରତିଶ୍ରୁତି ଦେବାପରେ ପରିବାର ବର୍ଗ ଙ୍କ ପକ୍ଷରୁ ଶବ ବ୍ୟବଚ୍ଛେଦ ପରେ ମହାପ୍ରୟାଣ ଶବ ବାହକ ଗାଡି ରେ ମୃତକ ଙ୍କ ଶବ କୁ ନେଇ ନିଜ ଗାଁ ବାବେକୋହରା କୁ ନେଇ ଫେରିଥିଲେ।ଏନେଇ କୋକସରା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ ଓ ଘଟଣା ର ତଦନ୍ତ ଜାରି ରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ