ଦିଅର ର ଟାଙ୍ଗିଆ ଚୋଟରେ ଭାଉଜ ଗୁରୁତର।

କୋକସରା:୧୩/୦୭ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବାନେର ଗ୍ରାମପଞ୍ଚାୟତ ଲୁହାବାହାଲ ଗାଁରେ ଦିଅରର ଟାଙ୍ଗିଆ ଚୋଟ ରେ ଭାଉଜ ଗୁରୁତର ଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ ଲୁହାବହାଲ ଗାଁର ସୁମନ୍ତି ଶବର(୫୦) କୁ ଧନେଶ୍ୱର ଶବର ଟାଙ୍ଗିଆରେ ହାଣି ଦେଇଥିବା ସୁମନ୍ତି ଙ୍କ ସ୍ୱାମୀ ମାଧବ ଶବର(୬୫) ଜୟପାଟଣା ଥାନାରେ ଅଭିଯୋଗ କରିଛନ୍ତି।ସୁମନ୍ତି ବୁଧବାର ୩ ଟା ସମୟରେ ଛେଳି ଚରେଇବା ପାଇଁ ଯାଇଥିବା ବେଳେ ଧନେଶ୍ୱର କୋଣସି କାରଣ ନେଇ ସୁମନ୍ତି ଙ୍କୁ ଜୀବନର ମାରିଦେବେ ଉଦ୍ଧେଶ୍ୟରେ ବାମ ବେକ ପାଖରେ ଟଙ୍କିଆ ରେ ହାଣି ଦେଇଥିବା ମାଧବ ଅଭିଯୋଗ କରିଛନ୍ତି।ଗୁରୁତର ଅବସ୍ଥାରେ ସୁମନ୍ତି ଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା କୁ ପଠାଇଛନ୍ତି।ସମ୍ପର୍କ ହିସାବରେ ଧନେଶ୍ୱର ସୁମନ୍ତି ଙ୍କ ଦିଅର ହୋଇଥିବା ବେଳେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।