Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ୱ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ।

କୋକସରା:୧୩/୦୭ କୋକସରା ବ୍ଲକ କୋକସରା ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଛି। କୋକସରା ତହସିଲଦାର ଦେବବ୍ରତ କରାଟି ଙ୍କ ଉପସ୍ଥିତି ରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଶ୍ୱ ରେ ଜଳବାୟୁ ପରିବର୍ତ୍ତନ କାରଣ ରୁ ଦିନକୁ ଦିନ ତାପମାତ୍ରା ବୃଦ୍ଧି ହେଉଛି ଯାହା ପାଇଁ ହନ୍ତସନ୍ତ ହୋଇଛନ୍ତି ସାଧାରଣ ଲୋକେ |ଏହାକୁ ଦୃଷ୍ଟିରେ ରଖି ପରିବେଶ କୁ ସବୁଜିମା ରେ ପରିପୂର୍ଣ୍ଣ କରିବା ସହ ସୁନ୍ଦର ପରିବେଶ ପାଇଁ ବନ ମହୋତ୍ସବ ପାଳନ ଅବସର ରେ ବୃକ୍ଷରୋପଣ କରାଯାଇଛି। ବନ ମହୋତ୍ସବ କାର୍ଯ୍ୟକ୍ରମ ରେ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା,କୋକସରା ଆର ଆଇ ଝାନ୍ସି ରାଣି ଦିଶାରୀ, କାଶିବାହଲ ଏ ଆର ଆଇ ରମଣି ରଞ୍ଜନ ପ୍ରଧାନୀ, ଦୀପକ କୁମାର ସାହୁ,ବିଭାଗ ଅମିନ କର୍ମଚାରୀ ଓ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ |