Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜିତ ପାଓ୍ଵାରଙ୍କୁ ମିଳିଲା ଅର୍ଥ ମନ୍ତ୍ରଣାଳୟ, ସିନ୍ଦେ ଏବଂ ବିଜେପିକୁ କରିବାକୁ ପଡ଼ିଲା ତ୍ୟାଗ

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ଅଜିତ ପାଓ୍ଵାର ଗୋଷ୍ଠୀଙ୍କୁ କେଉଁ ବିଭାଗ ମିଳିବ ? ଏହି ପ୍ରଶ୍ନର ଜବାବ ଲମ୍ବା ସମୟର ମାନସ ମନ୍ଥନ ପରେ ମିଳିଛି। ସରକାରରେ ଆଜି ବିଭାଗ ବଣ୍ଟନ ହୋଇଛି। ଅଜିତ ପାଓ୍ଵାରଙ୍କୁ ସେମାନଙ୍କ ଦାବି ଅନୁଯାୟୀ, ଅର୍ଥ ଏବଂ ଯୋଜନା ବିଭାଗ ମିଳିଛି। ଏହା ବ୍ୟତୀତ ବରିଷ୍ଠ ନେତା ଛଗନ ଭୁଜବଳଙ୍କୁ ଖାଦ୍ୟ ଯୋଗାଣ ବିଭାଗ ମିଳିଛି। ଧର୍ମରାଓ ବାବା ଅତରାମଙ୍କୁ ଡ୍ରଗ ଆଣ୍ଡ ଆଡମିନିଷ୍ଟ୍ରେସନ ବିଭାଗ ମିଳିଛି। ସହକାରିତା ବିଭାଗ ଅଜିତ ପାଓ୍ଵାରଙ୍କ ଗନିଷ୍ଠ ଦିଲୀପ ଓ୍ଵାଲସେଙ୍କୁ ମିଳିଛି।

ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ମନ୍ତ୍ରଣାଳୟର ଦାୟିତ୍ଵ ଦିଆଯାଇଛି। ହସନ ମୁଶାରିଫଙ୍କୁ ଶିକ୍ଷା ମନ୍ତ୍ରୀ, ଅନିଲ ପାଟିଲଙ୍କୁ ବିପର‌୍ୟ୍ୟୟ ପ୍ରଶମନ ଏବଂ ପୁନର୍ବିକାଶ ବିଭାଗ ମିଳିଛି। ଆତିଦି ତଟକରେଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗର ଦାୟିତ୍ଵ ମିଳିଛି। ସଞ୍ଜୟ ବସୋଣ୍ଡୋଙ୍କୁ କ୍ରୀଡ଼ା ଏବଂ ଯୁବ ମନ୍ତ୍ରଣାଳୟ ଦାୟିତ୍ଵ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଓଏସଡି ରାଜ୍ୟପାଳଙ୍କୁ ଭେଟି ବିଭାଗ ବଣ୍ଟନର ତାଲିକା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଅଜିତ ପାଓ୍ଵାର ଅର୍ଥ ମନ୍ତ୍ରଣାଳୟ ଦାବି କରୁଥିଲେ। ଅଜିତ ପାଓ୍ଵାର କହିଛନ୍ତି, ଆମେ ସରକାରର ଅଂଶ। ଯାହା କିଛି ବି ମନ୍ତ୍ରଣାଳୟ ମିଳିବ, ତାହା ଆମେ ଖୁସିରେ ସ୍ଵୀକାର କରିବୁ। ଆମର ଏମିତି କିଛି ଦାବି ନାହିଁ ବୋଲି ଅଜିତ ପାଓ୍ଵାର କହିଥିଲେ।

କାହାକୁ ମିଳିଲା କେଉଁ ପଦ
ଅର୍ଥ- ଅଜିତ ପାଓ୍ଵାର
କୃଷି- ଧନଞ୍ଜୟ ମୁଣ୍ଡେ
ସହକାରିତା- ଦିଲିଫ ଓ୍ଵାଲସେ ପାଟିଲ
ଚିକିତ୍ସା ଶିକ୍ଷା- ହସନ ମୁଶ୍ରୀଫ
ଯୋଗାଣ ବିଭାଗ- ଛଗନ ଭୁଜବଲ
ଖାଦ୍ୟ ଏବଂ ଔଷଧୀୟ ବିଭାଗ- ଧର୍ମରାଓ ଅତ୍ରାମଟ
କ୍ରୀଡ଼ା ଏବଂ ଯୁବ ମାମଲା- ଅନିଲ ଭାଇଦାସ୍ ପାଟିଲ
ମହିଳା ଏବଂ ଶିଶୁ ବିକାଶ- ଆଦିତି ତଟକରେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ