Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସାହଜଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ମକାଚାଷ, ବନପାଲ ଙ୍କ ଦ୍ଵାରା ଟ୍ରାକ୍ଟର ଜବତ

କୋକସରା:୧୪/୦୭
କଳାହାଣ୍ଡି ଜିଲ୍ଲା ଅମପାଣି ଵିରିମୁହାଣ ସଂରକ୍ଷିତ ଜଙ୍ଗଲରେ ମକାଚାଷ ପାଇଁ ଟ୍ରାକ୍ଟର ରେ ଲଙ୍ଗଲ କରୁଥିବା ସମୟରେ ବନବିଭାଗ ଦ୍ୱାରା ଟ୍ରାକ୍ଟର ଜବତ କରିବା ସହ ୧୫ ହଜାର ଲେଖାଏ ଦୁଇ ଜଣକୁ ଜରିମାନା କରିଥିବା ସୂଚନା ମିଳିଛି। ଦୁଇ ଜଣ ହେଇଛନ୍ତି ନବରଙ୍ଗରପୁର ଜିଲ୍ଲା ଝରିଗାଁ ଥାନା ସାହେବ ଗାଁର ଜୟଦେବ ଭତରା (୨୭) ଓ ଯୋଗେନ୍ଦ୍ର ପୁଝାରୀ ବୋଳି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ନବରଙ୍ଗପୁର ଜିଲ୍ଲାରୁ ଆସି ସାହଜଖୋଲ ସଂରକ୍ଷିତ ଜଙ୍ଗଲରେ ଥିବା ବିଭିନ୍ନ ଅଞ୍ଚଳରେ ଜଙ୍ଗଲ କାଟିବା ସହ ବଙ୍ଗାଳୀ,ବିହାରି ଙ୍କ ସାହାଯ୍ୟରେ ମକା ଚାଷ କରି ହଜାର ହଜାର ହେକ୍ଟର ଜଙ୍ଗଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି।ଏନେଇ ଆମପାଣି ବନପାଳ ମନୀଷା ପଟ୍ଟନାୟକ ଏକ ଟିମ ସହ ପହଞ୍ଚି ଶୁକ୍ରବାର ଦିନ ବେଆଇନ ଭାବରେ ଜଙ୍ଗଲ କାଟି ଟ୍ରାକ୍ଟର ଚଲାଉଥିବା ସମୟରେ ଟ୍ରାକ୍ଟର ଜବତ କରିଛନ୍ତି।