Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଚେତନତା କାର୍ଯ୍ୟକ୍ରମ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତିପଡା ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ଅତିରିକ୍ତ ବିଡିଓ ସଲିଲ କୁମାର ଦାସଙ୍କ ତତ୍ୱାବଧାନରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାସଗୃହ ନିର୍ମାଣ ନିମନ୍ତେ ୪୦ ଜଣ ହିତାଧିକାରୀଙ୍କୁ ସଚେତନତା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାସଗୃହ ନିର୍ମାଣ ନିର୍ଦିଷ୍ଟ ସମୟସୀମା ମଧ୍ଯରେ ସମାପ୍ତ ହେଲେ ହିତାଧିକାରୀଙ୍କୁ ସରକାରଙ୍କ ନିୟମ ପ୍ରକାରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା। ସେହିଭଳି ଶୌଚାଳୟ ନିର୍ମାଣ ସହ ସରକାରଙ୍କ ନିୟମ ପ୍ରକାରେ ତୁରନ୍ତ ବାସଗୃହ ନିର୍ମାଣ କରିବାକୁ ମଧ୍ୟ କୁହାଯାଇଥିଲା। ଏଥିରେ ପଞ୍ଚାୟତର ସମସ୍ତ ହିତାଧିକାରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ