Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସ ବାଇକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର:ବସ ଡ୍ରାଇଭର ଥାନାରେ ଅଟକ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବାଇକ ଆରୋହି ଜଣକ ଫିରିଙ୍ଗିଆ କାଳିପୁଜା ସାହିର ଚୈତନ୍ୟ ଝାଙ୍କର ବୋଲି ଜଣାପଡିଛି। ସୂଚନା ଅନୁସାରେ ସୋମବାର ଅପରାହ୍ନରେ ଫୁଲବାଣୀ ବାଲିଗୁଡା ରାସ୍ତାର ଫିରିଙ୍ଗିଆ ବ୍ଲକ ଛକ ନିକଟରେ ବାଲିଗୁଡା ପଟୁ ଆସୁଥିବା ବରାଳ ଦେବୀ ନାମକ ଏକ ଘରୋଇ ବସ ଫୁଲାବଣୀ ପଟୁ ବାଲିଗୁଡା ପଟକୁ ଯାଉଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲ।। ଫଳରେ ବାଇକରୁ ବାଇକ ଆରୋହି ଜଣକ ରାସ୍ତାକଡକୁ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ବାଇକ ଆରୋହିଙ୍କୁ ଗୁରୁତର ଅବସ୍ଥା ରେ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଆହତ ବାଇକ ଆରୋହି ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ପଟେ ଦୁର୍ଘଟଣା ପରେ ସମ୍ପୃକ୍ତ ବସର ଡ୍ରାଇଭର ବସ ସହ ଫିରିଙ୍ଗିଆ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଫିରିଙ୍ଗିଆ ପୋଲିସ ଡ୍ରାଇଭର କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ