ବେଦାନ୍ତ ଲିମିଟେଡ ସିଏସ୍ଆର୍ ବିଭାଗ ତରଫରୁ ଗୋପାଳପୁରରେ ମେଗା ସ୍ବାସ୍ଥ୍ୟ ଶିବିର


କଳାହାଣ୍ଡି,୧୮/୭-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ, ବେଦାନ୍ତ ହସ୍ପିଟାଲ ଓ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁରଠାରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିମିଟେଡ୍ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅକ୍ଷୟ କୁମାର ସାହୁ, ବେଦାନ୍ତ ଲିମିଟେଡ୍ ଲୋକସଂପର୍କ ବିଭାଗର ଋଷଭ ଗର୍ଗ, ବେଦାନ୍ତ ଲିମିଟେଡ ସିଏସ୍ଆର୍ ବିଭାଗର ବଣ୍ଟିରାଣୀ ପାଟଗିରି, ଋତପର୍ଣ୍ଣା ଚାଟାର୍ଜୀ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ ପ୍ରମୁଖ ଯୋଗ ଦେଇଥିଲେ | ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ବେଦାନ୍ତ ହସ୍ପିଟାଲ ଭ୍ରାମ୍ୟମାଣ ୟୁନିଟ୍ ର ମୁଖ୍ୟ ଡା. ପ୍ରଶାନ୍ତ କୁମାର ପରମାଣିକଙ୍କ ନେତୃତ୍ବରେ ପରିଚାଳିତ ଶିବିରରେ ଶିଶୁରୋଗ ବିଶେଷଜ୍ଞ ଡା. ବିକାଶରଞ୍ଜନ ପ୍ରହରାଜ, ମହିଳା ଓ ପ୍ରସୂତିରୋଗ ବିଶେଷଜ୍ଞ ଡା. ଚାରୁବାଳା ସାହୁ, ମେଡିସିନ୍ ବିଭାଗ ଡା. ରାସବିହାରୀ ନାୟକ, ଡା. ସାହୁ, ଡା. ପରମାଣିକ ପ୍ରମୁଖ ଅଞ୍ଚଳବାସୀଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ | ବେଦାନ୍ତ ହସ୍ପିଟାଲ କମ୍ୟୁନିଟି ମ୍ୟାନେଜର ଅଶୋକ କୁମାର ଖୋରା, କମ୍ୟୁନିଟି ସୁପରଭାଇଜର୍ ମହେନ୍ଦ୍ର ନିଆଁଲ, ପିତାମ୍ବର ଧୀଣ୍ଡା, ସୁଦାମ ମହାକୁଡ଼ଙ୍କ ସମେତ ରଞ୍ଜନ କୁମାର ସା, ରୋଜାଲିନ ଜେନା, ମନୋଜ ମଲ୍ଲିକ, ସୋନାଲୀ ପ୍ରଧାନ, ଅଜୟ କୁଲଦୀପ, ଧନଞ୍ଜୟ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ | ଶିବିର ପରିଚାଳନାରେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତାଙ୍କ ସହିତ ଅଶୋକ ପାଢୀ, ନୀଲେଶ କୁମାର ପାଢୀ, ଭକ୍ତରାମ ପୁଟେଲ, ତପିନ୍ଦ୍ର ପଧାନ, ସୁଦର୍ଶନ ଗଉଡ଼, ହେମନ୍ତ ପୁଟେଲ, ଅଙ୍ଗନୱାଡି କର୍ମୀ ଶାନ୍ତିଲତା ପଣ୍ଡା, ଆଶା କର୍ମୀ ଅଞ୍ଜଳି ଗଉଡ଼, ବସୁମତୀ ପୁଟେଲ ଏବଂ ଗୋପାଳପୁର ଗ୍ରାମବାସୀ ସହଯୋଗ କରିଥିଲେ | ଏଇ ଅବସରରେ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ବିଭିନ୍ନ ଗାଁରୁ ୩୬୨ରୁ ଉର୍ଦ୍ଧ୍ବ ଲୋକେ ସାମିଲ ହେବା ସହ ଚିକିତ୍ସା, ପରାମର୍ଶ ସେବା ସହିତ ଔଷଧ ଗ୍ରହଣ କରିଥିଲେ |