Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାଲଗୁମା ରୁ ବାଙ୍କୀମୁଣ୍ଡା ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଙ୍କ ଦାବି ଜୋର ଧରିଲା, ରାସ୍ତା ଟେଣ୍ଡର ସରିଛି ଯନ୍ତ୍ରୀ।

କୋକସରା:୨୦/୦୭କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଡାଲଗୁମା ପଞ୍ଚାୟତ ରୁ ବାଙ୍କୀମୁଣ୍ଡା କୁ ସଂଯୋଗ କରୁଥିବା ରାସ୍ତା ଏହି ଅଞ୍ଚଳବାସୀ ଙ୍କ ପାଇଁ ଏକ ମୂଖ୍ୟ ଯାତାୟାତ ର ମାଧ୍ୟମ ହୋଇଥିବା ବେଳେ ଦଶନ୍ଧି ପରେ ମଧ୍ୟ ଏହି ରାସ୍ତା ଉପରେ ପ୍ରଶାସନ ର ନଜର ପଡୁନାହିଁ, କୋକସରା ବ୍ଲକ ରୁ ଧର୍ମଗଡ ବ୍ଲକ ଓ ପଡୋଶୀ ଜିଲ୍ଲା ନବରଙ୍ଗପୁର, ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ଜନସାଧାରଣ ନିର୍ଭରଶୀଳ ହେଇଥିବା ବେଳେ ଡାଲଗୁମା ରୁ ବାଙ୍କୀମୁଣ୍ଡା ୩ କିଲୋମିଟର ରାସ୍ତା ପାଇଁ ଅଞ୍ଚଳବାସୀ ଅନେକ ସମୟରେ ନିର୍ବାଚିତ ବିଧାୟକ, ଜନ ପ୍ରତିନିଧି,ବ୍ଲକ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।ତେବେ ପ୍ରତିବର୍ଷ ପଞ୍ଚାୟତ ଅନୁଦାନ ରୁ ମାଟି ମୋରମ ପକାଇ ନାମକୁ ରାସ୍ତା ଉନ୍ନତି କରଣ ନାଁରେ ବାଟମାରଣା ହେଉଛି ସରକାରୀ ଅନୁଦାନ।ଏବେ ବର୍ଷା ଦିନ ରେ ଏହି ରାସ୍ତା ଦେଇ ଯାତାୟାତ କରିବା ଯାତନା ପାଲଟିଛି, ରାସ୍ତା ରେ ଖାଳଖମା ସହ କାଦୁଅ ହୋଇଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଧର୍ମଗଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚିତାମୁଣ୍ଡା ରୁ ଡାଲଗୁମା ବାଙ୍କୀମୁଣ୍ଡା ୬ କିଲୋମିଟର ରାସ୍ତା ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବା ଜଣାପଡିଛି ଓ ଆଗାମୀ ମାସେ ମଧ୍ୟରେ ରାସ୍ତା କାର୍ଯ୍ୟ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ ନିର୍ମାଣ ହେବ ବୋଳି ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ସୁରେଶ ବାରିହା ସୁଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ