କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସ. ମାଲପଡା ପଞ୍ଚାୟତ ରେ ଦୀର୍ଘ ବର୍ଷ ପରେ ଗୋଟିଏ ପରିବାର ଲୋକେ ଭୂମିଦାନ କରିବା ପରେ ଉକ୍ତ ଗ୍ରାମରେ ଥିବା ସରକାରୀ ଉନ୍ନୀତ ହାଇସ୍କୁଲ ୫ଟି ରେ ସାମିଲ ହୋଇଥିଲା।ଏଥିପାଇଁ ଆସିଥିବା ଅନୁଦାନ ରେ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ ହେଉ ଫାଉଣ୍ଡେସନ ଟି ଫାଟି ଆଁ କରିଥିବା ଦେଖିବାକୁ ମିଳିଛି ।ଯଦି ମୂଳଦୁଆର ଅବସ୍ଥା ଏପରି ହୁଏ ତାହେଲେ ଘର କିପରି ହେବ ବୋଲି ପ୍ରଶ୍ନ ଉଠୁଛି l ଏ ନେଇ ବ୍ଳକ ର ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ନାଏକ ଙ୍କୁ ପଚାରିବରୁ କଳା ମାଟି ଯୋଗୁଁ ଫାଟିଛି ବୋଲି ଅତି ହାଲୁକା ଭାବେ ଉତ୍ତର ଦେଇଥିଲେ l ଏଣୁ ଜିଲ୍ଲାପାଳ ବ୍ଳକ ରେ ଚାଲିଥିବା ୫ଟି କାମ ଗୁଡିକୁ ଗୁରୁତର ସହ ତଦନ୍ତ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି। ତେବେ ଗ୍ରାମ ବାସୀ ମାନେ ଏହି କାମ କୁ ବିରୋଧ କରିବା ରୁ ମରାମତି କରାଯାଇଥିବା ଦେଖିବାକୁ ମିଳିଛି l ପ୍ରକାଶ ଥାଉକି ଠିକାଦାରୀ ଭିତ୍ତିରେ କାମ ଚାଲୁଥିବାରୁ ତଥା ଲାଭଖୋର ମନୋବୃତ୍ତି ହେତୁ କାମର ମାନ ଠିକ ରହୁନଥିବା ଚର୍ଚ୍ଚା ହେଉଛି l