Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ବ୍ଲକ…..ଧାର କରଜ ରେ ଚାଲିଛି ଏମଡିଏମ ବ୍ୟବସ୍ଥା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ବିଭିନ୍ନ ବିଦ୍ୟାଳୟ ରେ ଏବେ ମଧ୍ୟହ୍ନ ଭୋଜନ ଚାଉଳ ଯୋଗାଣ ହେଇପାରିନ ଥିବାରୁ ବିଦ୍ୟାଳୟ ଗୁଡିକ ରେ ଧାର ରେ ମଧ୍ୟହ୍ନ ଭୋଜନ ବ୍ୟବସ୍ଥା ବହୁ କଷ୍ଟ ରେ ଚାଲିଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ଏହି ବ୍ଲକ ର ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ୭୧ ଟି ବିଦ୍ୟାଳୟ ର ୫୮୨୦ ଜଣ ଛାତ୍ରୀ ଛାତ୍ର ଙ୍କ ମଧ୍ୟହ୍ନ ଭୋଜନ ପାଇଁ ଚାଉଳ ଯୋଗେଇବାକୁ ନିଯୁକ୍ତ ହୋଇଥିବା ଟ୍ରାନ୍ସପୋର୍ଟ ଏଜେଣ୍ଟ ଜଳନ୍ଧର ନାଏକ ଗତ ଏପ୍ରିଲ, ମଇ,ଜୁନ ମାସ ରେ ଚାଉଳ ଯୋଗାଣ କରିନଥିବାରୁଏଭଳିସମସ୍ୟାଦେଖାଦେଇଥିବାଜଣାପଡିଛି,ଏନେଇଜିଲ୍ଲାଶିକ୍ଷାବିଭାଗପତ୍ରସଂଖ୍ୟା-୩୪୦୮,ତାରିଖ୨୩/୬/୨୦୨୩ ରେ ୩୩୨ କୁଇଣ୍ଟାଲ ଚାଉଳ ୧୦/୭/୨୦୨୩ ସୁଦ୍ଧା କର୍ଲାମୁଣ୍ଡା ବ୍ଳକ କୁ ଯୋଗାଣ କରିବାକୁ ଟ୍ରାନ୍ସପୋର୍ଟ ଏଜେଣ୍ଟ କୁ ନିର୍ଦେଶ ଦେଇଥିଲେ ମଧ୍ୟ ଏଜେଣ୍ଟ ଜଣକ କୌଣସି ଗୁରୁତ୍ୱ ଦେଉନଥିବା ଦେଖିବା କୁ ମିଳିଛି। ଅନ୍ୟ ପଟେ କର୍ଲାମୁଣ୍ଡା ଗୋଷ୍ଟି ଶିକ୍ଷା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୯୮୫,ତାରିଖ ୭/୭/୨୦୨୩ରେ ଏଜେଣ୍ଟ କୁ ଓ ଚାଉଳ ଯୋଗାଣ ହେଇନଥିବା ସମ୍ବନ୍ଧରେ ୧୧/୭/୨୦୨୩ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଥିବା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେଦୀର୍ଘ ଦିନ ପରେ ସୋମବାର ଠୁଁ କିଛି ବିଦ୍ୟାଳୟ ରେ ଟ୍ରାନ୍ସପୋର୍ଟ ଏଜେଣ୍ଟ ଚାଉଳ ଦେଇଥିବା ସୁଚନା ମିଳିଛି।ଏଣୁ ଏଥିପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଭିଭାବକ/ ଅଭିଭାବିକା ମାନେ ଅନୁରୋଧ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ