Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଙ୍କ ବାଲୁକା କଳା ରେ ହଳ ଲଙ୍ଗଳ

ଏବର୍ଷ ବର୍ଷା ବିଳମ୍ବରେ ହୋଇଥିଲେହେଁ ବର୍ତ୍ତମାନ ଚାରିଆଡେ ପଲ୍ଲା ରୁଆ, ବେଉଷଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି l ଟ୍ରାକ୍ଟର,ପାୱାରଟିଲର ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳୁଛି l ଲୁପ୍ତ ପ୍ରାୟ ହଳ ନଙ୍ଗଳ କାଁ ଭାଁ କଉଠି କେମିତି କୋଚିତ ଦେଖିବାକୁ ମିଳୁଛି କାରଣ ହଳେ ବଳଦର ପ୍ରତିପୋଷଣ ଖର୍ଚ୍ଚ ବର୍ଷକୁ ପ୍ରାୟ ପାଞ୍ଚରୁ ସାତ ଏକର ଜମିରେ ଅମଳ ହେଉଥିବା ଧନର ଲାଭଂlଶର ମୂଲ୍ୟ ଠାରୁ ମଧ୍ୟ ଅଧିକ ତେଣୁ ବର୍ତ୍ତମାନ ଚାଷୀ ଆଉ ଏଣିକି ବଳଦ ରଖିବାକୁ ପସନ୍ଦ କରୁନାହାନ୍ତି l ଧୀରେ ଧୀରେ ହଳ ଲଙ୍ଗଳର ବ୍ୟବହାର କମିଆସୁଅଛି l ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଂଚାୟତ ଅଧୀନ ଡ଼ଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀକ ଯୁବ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବାଲୁକା କଳା ମାଧ୍ୟମରେ ଚାଷୀ ହଳ କରୁ ଥିବାର ଦୃଶ୍ୟକୁ ନିଖୁଣ ଭାବରେ ଅଙ୍କନ କରି ଚାଷୀକୁ ପ୍ରୋତ୍ସାହିତ କରିବାକୁ ଉଦ୍ୟମ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ