Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜବାହାଲ ଠାରେ ସ୍ଥାପନ ହେଲା ପ୍ରାଥମିକ କୃଷି ସମବାୟ ସମିତି

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଠାରେ ନୂତନ ଭାବେ ପ୍ରାଥମିକ କୃଷି ସମବାୟ ସମିତି ର ଶୁକ୍ରବାର ଶୁଭ ଉଦଘାଟନ ହୋଇଯାଇଛି।। ଅୟୋଜିତ ସଭାରେ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଅର୍ଜୁନ ଭୋଇ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥ୍‌ ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନିତ ଅତିଥୁ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପନ୍ଦ୍ର ସିଂହଦେଓ,ବ୍ଳକ ଅଧକ୍ଷ୍ୟା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା,ସ୍ଥାନୀୟ ସରପଞ୍ଚ ଅରବିନ୍ଦ ଗହୀର, କଳାହାଣ୍ଡି ଏଆରସିଏସ ମଧୁସୂଦନ ମେହେର,ରିଷିଡା ପ୍ରାଥମିକ କୃଷି ସମବାୟ ସମିତି ର ସଭାପତି ଗୋକୁଳ ମାଝୀ, ପୂର୍ବତନ ସରପଞ୍ଚ ଭୀମସେନ ସାହୁ,ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ କରି ସମବାୟ ସମିତି ଜରିଆରେ କୃଷକ ମାନଙ୍କ ବିକାଶ ସମ୍ଭବ ବୋଲି ମତ ପ୍ରକାଶ କରିବା ସହ ବିଭିନ୍ନ ଅର୍ଥକାରି ଫସଲ ଚାଷ କରି ଲାଭ ଉଠେଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଜବାହାଲ ପଞ୍ଚାୟତ ପୂର୍ବତନ ସରପଞ୍ଚ ପୂଜା ରାଣୀ ସାହୁ, ପୂର୍ବତନ ସମିତି ସଭ୍ୟ ବୀଣାପାଣି ସା, ପ୍ରଫୁଲ୍ଲ ସାହୁ,ପ୍ରଦୀପ ସାହୁ,ପ୍ରଦୀପ ଗହୀର,ବିଦ୍ୟାଧର ବାଗ,ସୁବଳ ସାହୁ,ବୈକୁଣ୍ଠ ପଧାନ, ଜ୍ୟୋତି ରଞ୍ଜନ ପଧାନ,ପଞ୍ଚାୟତ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ,ଅଗ୍ରଣୀ ଚାଷୀ,ସିଆରପି, ଏମବିକେ ,ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖଙ୍କ ସହ ଗଜବାହଲ, କଂସିଲ, ଧଅଂରାଖମନ ,ବଡ଼ ଡୁଙ୍ଗୁରିଗୁଡା, ଭାଲୁପିଆ,ଡଙ୍ଗରମୁଣ୍ଡା,ଟେଟେଙ୍ଗପଦର ,ପରମାନନ୍ଦପୁର ,ଅବୁଜବାହଲ ଗ୍ରାମ ଗୁଡ଼ିକ ର ଚାଷୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ନରୋତ୍ତମ ସେଲମା ସଂଯୋଜନା କରିଥିବା ବେଳେ ଭୀମ ସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ