Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜେଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବଲପୁରୀ ଦିବସ

ବରପାଲି: ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତଥା କୋଶଳ ସମନ୍ଵୟ ଯୁବମଞ୍ଚ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସମ୍ବଲପୁରୀ ଦିବସ ହର୍ତ୍ସଉଲ୍ଲାସ ମଧ୍ଯରେ ପାଳିତ ହୋଇଯାଇଛି। ମଙ୍ଗଳବାର କାର୍ଯ୍ଯକାରୀ ଅଧ୍ୟକ୍ଷ ସୁଧାଂଶୁ କୁମାର ଦାସଙ୍କ ଅଧକ୍ଷତାରେ ଉତ୍ସବ ପାଳିତ ହୋଇଥିଲା। କ୍ରୀଡା ଶିକ୍ଷୟିତ୍ରୀ ବନ୍ଦିତା ପ୍ରଧାନଙ୍କ ସଂଯୋଜନାରେ ସଂଚାଳିତ କାର୍ଯ୍ଯକ୍ରମ ପ୍ରାରମ୍ଭରୁ ମାଁ ସମଲେଶ୍ଵରୀ ଦେବୀଙ୍କ ସମ୍ମୁଖରେ ପୂଜା ଅର୍ଚ୍ଚନା ପୂର୍ବକ ସମ୍ବଲପୁରୀ ଦିବସ ପର୍ବ ଆରମ୍ଭ ହୋଇଥିଲା। ସମ୍ମାନିତଅତିଥି ଭାବରେ ବିଦ୍ୟାଳୟର ଅନ୍ତର୍ଯ୍ୟାମୀ ପଣ୍ଡା ଆମ ସମ୍ବଲପୁରୀ ଭାଷାର ଗର୍ବ-ଗୌରବ ଓ ରୂପରେଖା ଉପରେ ଏକ ପ୍ରେରଣା ଦାୟୀ ମତାମତ ରଖିଥିଲେ। ଏହି ଅବସରରେ ଗୃହବିଜ୍ଞାନ ଅଧ୍ଯାପିକା ନିବେଦିତା ବେହେରାଙ୍କ ନେତୃତ୍ଵରେ ସମ୍ବଲପୁରୀ ନାଚ ସଂଗିତ ରୂପକ ସାଂସ୍କୃତିକ ପ୍ରତିଯୋଗୀତା ମାନ କରାଯାଇଥିଲା । ବିଚାରକ ଭାବରେ ହିନ୍ଦୀ ଅଧ୍ଯାପକ ରବିନ୍ଦ୍ର ସାହୁ ଏବଂ ଇତିହାସ ଅଧ୍ଯାପକ ସୁନିଲ କୁମାର ବେହେରା ପ୍ରତିଯୋଗିତାକୁ ବିବେଚନା କରିଥିଲେ। ନୃତ୍ୟ ପ୍ରତିଯୋଗି ଭାବରେ ଦ୍ଵାଦଶ ଦ୍ଵିତୀୟ ବର୍ଷର ୩୦ ଜଣ ଛାତ୍ରୀ ସାମିଲ ହୋଇ ନିଜ ପ୍ରତିଭା ପଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଛାତ୍ରି କ୍ଷୀରେଶ୍ଵରୀ ଭୂଏ, ରୁବି ପ୍ରଧାନ ଓ ପ୍ରତିମା ବାଗ ଯଥାକ୍ରମେ ପ୍ରଥମ, ଦ୍ଵୀତୀୟ ଓ ତୃତୀୟ ସ୍ଥାନ ଅଧିକାର କରିବା ସହ ଅତିଥିଙ୍କ ଦ୍ବାରି ପୁରସ୍କୃତ ହୋଇଥିଲେ। ପରିଶେଷରେ ଡିଇଓ ନିରଜ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମ୍ବଲପୁରୀ ଦିବସ ଅବସରରେ ପ୍ରଦୀପ ମିଶ୍ର, ଆନନ୍ଦ ବେହେରା ତଥା ଅନ୍ୟାନ୍ୟ ସମସ୍ତ ଅଧ୍ଯାପକ ଓ ଅଧ୍ଯାପିକା ତଥା ସହ କର୍ମଚାରୀ ଓ ଛାତ୍ରୀମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ ପୂର୍ବକ ଦିବସକୁ ସ୍ବାଗତ ଜଣାଇଥିଲେ।