Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ବୈଠକ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସ. ମାଲପଡା ସ୍ଥିତ କର୍ଲାମୁଣ୍ଡା କୃଷକ ସାଥି ଉତ୍ପାଦକ କମ୍ପାନୀ ର ବୋର୍ଡ଼ ମେମ୍ବର ମାନଙ୍କ ବୈଠକ ଶନିବାର ବିଜାପାଟି ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ତିରଞ୍ଜି ମେର୍ଲି ଙ୍କ ଅଧ୍ୟକ୍ଷତାରେ ବୋର୍ଡ ମେମ୍ବର ପ୍ରଦୀପ ଛତ୍ରୀଆ,ବାଲ୍ମୀକି ଛତ୍ରୀଆ,ଯତୀନ୍ଦ୍ର ନାଥ ସାହୁ,କ୍ଷୀରସାଗର କୁମାର,ନିଳେନ୍ଦ୍ରୀ ସାହୁ,ଗୌରୀ ଦୀପ,ଭୁପିନ୍ଦ୍ର ଚୌଧୁରୀ, ବିରେନ୍ଦ୍ର ସାହୁ,ଦ୍ରୋଣ ସାହୁ ପ୍ରମୁଖ ଯୋଗ ଦେଇ ବ୍ଳକ ରେ ଚାଷୀ ମାନଙ୍କ ଉତ୍ପାଦିତ ସାମଗ୍ରୀ ର କିଣା ବିକା କରିବା ସହିତ ଚାଷୀ ଙ୍କ ଅୟବୃଦ୍ଧି ଓ ମଞ୍ଜି ଠୁଁ ବଜାରିକରଣ ପର୍ଯ୍ୟନ୍ତ କମ୍ପାନୀ କାମ କରିବ ବୋଲି ନିଷ୍ପତ୍ତି ନେଇଥିଲେ।ଏଥି ସହିତ ପ୍ରଥମ ପର୍ଯ୍ୟାୟରେ କବୋ କଲେକ୍ଟ ଆପ ରେ ଚାଷୀ ଙ୍କ ସର୍ଭେ କରିବା,କମ୍ପାନୀ ର ଏକାଉଣ୍ଟ ଖୋଲିବା, ଚାଷୀ ଙ୍କ ଅଂଶ ଧନ ସଂଗ୍ରହ କରିବା ଓ କମ୍ପାନୀ ର ବିଶେଷଜ୍ଞ ନିର୍ଦେଶକ ଭାବେ ସର୍ବ ସମ୍ମତି ରେ ପ୍ରଦୀପ କୁମାର ସାହୁ ଙ୍କୁ ଚୟନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ରୁ ଧର୍ମ ସାଗର ପ୍ରଧାନ ଯୋଗ ଦେଇ କମ୍ପାନୀ କୁ ସୁପରିଚାଳନା ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ