Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଛାତ୍ର ଜନତା ଦଳର ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ହେଲେ ଦେବେନ୍ଦ୍ର କୁମାର

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ତାର ପରିବର୍ଦ୍ଧିତ କମିଟି ଘୋଷଣା କରିଛି। ନିର୍ବାଚନୀ ମଣ୍ଡଳୀ ସ୍ତରରେ ବିଜୁ ଛାତ୍ର ଜନତା ଦଳକୁ ଶକ୍ତିଶାଳୀ ଓ ସୁସଂଗଠିତ କରିବା ପାଇଁ ଛାତ୍ର ନେତା ତଥା ସୁ ସଂଗଠକ ଦେବେନ୍ଦ୍ର କୁମାର ବିଜୁ ଛାତ୍ର ଜନତା ଦଳର ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ଜଣା ପଡ଼ିଛି। ଦେବେନ୍ଦ୍ର ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ୍ ରେଗଡା ପଞ୍ଚାୟତ ରେଗଡା (ଭୋଇପଡା)ଗାଁର ସନ୍ତାନ।ସେ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡ଼ି ଉପ ସଭାପତି ଓ ବିଜୁ ଯୁବ ବାହିନୀର କର୍ଲାମୁଣ୍ଡା ବ୍ଳକ ସଂଯୋଜକ ଭାବେ ଦାୟିତ୍ଵ ତୁଲାଇ ଥିଲେ।ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ନର୍ଲା ନିର୍ବାଚନ ମଣ୍ଡଳୀ ର ବିଧାୟକ ଭୂପିନ୍ଦର ସିଂହ , ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ଜିଲ୍ଲା କାର୍ଯ୍ୟକାରୀ ସଭାପତି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ରାଜ୍ୟ ଛାତ୍ର ବିଜେଡ଼ି କାର୍ଯକାରୀ ସଭାପତି ଅବିନାଶ ଠାକୁର,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ (ପୁଶୁ ) ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁ, , କର୍ଲାମୁଣ୍ଡା ବ୍ଲକ ସଭାପତି ସୁରେନ୍ଦ୍ର ସାହୁ , ମ.ରାମପୁର ବ୍ଲକ ସଭାପତି ଗୋବିନ୍ଦ ଶତପଥି ତଥା ଅନ୍ୟାନ୍ୟ ନେତୃ ମଣ୍ଡଳୀଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ