Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପର୍ଶୁରାମ ପ୍ରତିମୂର୍ତ୍ତି ହଟାଇବା ଘଟଣାରେ ସନାତନୀ ବ୍ରାହ୍ମଣ ସମାଜର ପ୍ରତିବାଦ

ବରପାଲି :ବରପାଲି ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ପାଟଣାଗଡ଼ ପର୍ଶୁରାମ ଛକ ପର୍ଶୁରାମ ଦେବଙ୍କ ପ୍ରତିମୂର୍ତ୍ତି ହଟାଇବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଘଟଣା ଉପରେ ନିନ୍ଦା ସହ ପ୍ରତିବାଦ ଜଣାଇଛନ୍ତି। ସୋମବାର ପୁର୍ବାହ୍ନରେ ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସ୍ଥାନିୟ ବିଡ଼ିଓଙ୍କ ଯରିଆରେ ପ୍ରଦାନ କରାଯାଇଥିଲା।
ବ୍ରାହ୍ମଣ ସମାଜ ସଭାପତି ପଣ୍ଡିତ କୃଷ୍ଣଚନ୍ଦ୍ର ଦେବତାଙ୍କ ସମେତ ସମ୍ପାଦକ ଶରତ ପାଣିଗ୍ରାହୀ ତଥା ସମାଜର ଶତାଧିକ ସଭ୍ୟ ବ୍ଲକ କାର୍ଯ୍ଯଳୟରେ ପହଚିଂ ବିଡ଼ିଓ ପ୍ରସନ୍ନ କୁମାର ପାଣ୍ଡେ ଙ୍କୁ ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଭଗଵାନ ପର୍ଶୁରାମଙ୍କ ଦଶ ଅବତାର ମଧ୍ୟରୁ ଜଣେ ତଥା ସମଗ୍ର ବ୍ରାହ୍ମଣ ସମାଜର ଆରାଧ୍ୟ ଓ ଆସ୍ଥା ଦେବତା ଅଟନ୍ତି । ପ୍ରତିମୂର୍ତ୍ତି ହଟାଇବା ଘଟଣା ସମଗ୍ର ବ୍ରାହ୍ମଣ ସମାଜକୁ ବ୍ୟଥିତ କରିବା ସହ ମାନଶିକ ସ୍ତରରେ ଘୋର ଆଘାତ ଲାଗିଛି। ମାନ୍ଯବର ମୁଖ୍ୟମନ୍ତ୍ରୀ ତୁରନ୍ତ ଘଟଣା ଉପରେ ହସ୍ତକ୍ଷେପ କରିବା ସହ ଉପୁଜିଥିବା ସମସ୍ଯାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ବରପାଲି ସମାଜ ତଥା ବରଗଡ଼ ଜିଲ୍ଲା ବ୍ରାହ୍ମଣ ସମାଜ ସମ୍ପାଦକ ଡକ୍ଟର ସରୋଜ କୁମାର ଦାଶ ଦାବୀ ଜଣାଇଛନ୍ତି । ସ୍ମାରକ ପତ୍ର ପ୍ରଦାନ ସମୟରେ ବ୍ଲକ କମିଟି ବରିଷ୍ଠ ସଦସ୍ଯ ପିନାକୀ ଦାଶ, ମେଘନାଦ ମିଶ୍ର, ନୀରୋଦ କର, ବିକାଶ ପାଢ଼ୀ, ଦାମୋଦର ପଣ୍ଡା, ତରଣୀ ସେନ ଦେବତା,ବାଲ କିଶୋର ଖାଡଙ୍ଗା ପ୍ରମୁଖଙ୍କ ସହ ବରପାଲି ଅନ୍ତର୍ଗତ ସମସ୍ତ ପଞାୟତ ଶାଖା ସଭାପତି, ସଂପାଦକ ଓ ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।