Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଷ୍ଟାର କନ୍ଧମାଳ ଜିଲା ସ୍ତରୀୟ ବୈଠକ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ଟିକାବାଲି ବ୍ଳକ ଅନ୍ତର୍ଗତ ଗାଡ଼ିରିଙ୍ଗିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ କନ୍ଧମାଳ ଜିଲା ଓଷ୍ଟା ଶିକ୍ଷକ ସଂଘର ଜିଲା ସଭାପତି ଚତୁର୍ଭୁଜ ରାଉତଙ୍କ ଅଧ୍ୟକ୍ଷତାରେ ଏକ ଜିଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲା ସଂପାଦକ ରଂଜନ କୁମାର ମହାନ୍ତି ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରି ଆଗାମି ୯ ତାରିଖ କ୍ରାନ୍ତି ଦିବସରେ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସଂଘ ର ବିଭିନ୍ନ ଅଭାବ, ଅସୁବିଧା ଓ ସମସ୍ୟା ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯିବା ଉପରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ବ୍ଲକର ଓଷ୍ଟା ସଂଘର ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ