Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାରତ ବନ୍ଦ ପାଳନ ରେ ନିଆରା ପ୍ରୟାସ : ଆନ୍ଦୋଳନ କଲେ, ରାସ୍ତାଘାଟ ସଫେଇ ବି କଲେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ବିଭିନ୍ନ ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଭାରତ ବନ୍ଦ ପାଳନ ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ବନ୍ଦର ପ୍ରଭାବ ଜୋରଦାର ଦେଖିବାକୁ ମିଳିଛି। ଭାରତ ମୁକ୍ତି ମୋର୍ଚ୍ଚା ଏବଂ ବହୁଜନ କ୍ରାନ୍ତି ମୋର୍ଚ୍ଚା ଦ୍ୱାରା ପୂର୍ଣ୍ଣ ସମର୍ଥନ ଓ ସହଯୋଗରେ ଏହି ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭୁବନେଶ୍ୱର, ଫୁଲବାଣୀ, ଭଞ୍ଜନଗର, ବାଲିଗୁଡ଼ା, ରାଇକିଆ ଆଦି ଅଞ୍ଚଳକୁ ଯାତ୍ରୀବାହୀ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ବ୍ଲକିଂ କରି ରାସ୍ତା ଅବରୋଧ କରିଛନ୍ତି। ଦାରିଙ୍ଗବାଡ଼ି ସମେତ ତାର ଆଖପାଖ ପଞ୍ଚାୟତ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଛି। କିଛି ବ୍ୟାଙ୍କ ଖୋଲିଥିବା ବେଳେ ଆଉ କିଛି ବ୍ୟାଙ୍କ ବନ୍ଦ ରହିଛି। ଜରୁରୀକାଳିନ ସେବାଗୁଡିକ ସ୍ୱାଭାବିକ ରହିଥିବା ବେଳେ ପିକେଟିଂ କରି ସ୍କୁଲ କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ବିକ୍ଷୋଭକାରୀ ବନ୍ଦ କରାଇଥିଲେ। ଶାନ୍ତି ଶୃଙ୍ଖଳା ତଦାରଖ ପାଇଁ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସଦଳବଳ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଇଥିଲେ। ବିକ୍ଷୋଭକାରୀମାନେ ୟୁନିଫର୍ମ ସିଭିଲ କୋଡ (ଯୁସିସି )ଆଇନକୁ ବିରୋଧ କରିବା ସହ ବିକାଶ ନାମରେ ସରକାର ଜଳ, ଜଙ୍ଗଲ ଏବଂ ଜମିରୁ ବିସ୍ଥାପନକାରୀ ଆଦିବାସୀଙ୍କ ଜୀବନଜୀବିକା ଛଡ଼ାଇ ନେଉଥିବା ଅଭିଯୋଗ କରିଥିଲେ। ବିକ୍ଷୋଭକାରୀମାନେ ଦାରିଙ୍ଗବାଡ଼ି ଚାରିଛକ ସମେତ ବିଭିନ୍ନ ସ୍ଥାନରେ ଝାଡୁ ଧରି ସଫେଇ କରିବା ସହ ଅଞ୍ଚଳକୁ ସଛ ରଖିବାକୁ ବ୍ୟବସାୟୀ ଓ ଲୋକଙ୍କୁ ସଚେତନ କରିଥିଲେ। ଦାରିଙ୍ଗବାଡ଼ି ବନ୍ଦ ଯୋଗୁ ଦାରିଙ୍ଗବାଡ଼ିକୁ ବୁଲିଆସିଥିବା ପର୍ଯ୍ୟଟକମାନେ ବହୁ ହଇରାଣ ହେବା ସହ ବ୍ରହ୍ମପୁରରୁ ବାଲିଗୁଡ଼ା ଆସୁଥିବା ସରକାରୀ ଯାତ୍ରୀବାହୀ ବସ୍‌କୁ ବିକ୍ଷୋଭକାରୀ ଦାରିଙ୍ଗବାଡ଼ିଠାରେ ଅଟକାଇଥିଲେ। ଫଳରେ ବାଲିଗୁଡ଼ା ଯିବାକୁ ଥିବା ଯାତ୍ରୀମାନେ ପରିବାର ନେଇ ଯାଉଥିବା ଲୋକ ଅଧିକ ପ୍ରଭାବିତ ହୋଇଥିଲେ। ଆନ୍ଦୋଳନରେ ଆଦିବାସୀ ଏକତା ପରିଷଦର ବ୍ଲକ ସଭାପତି ପ୍ରଶାନ୍ତ ପ୍ରଧାନଙ୍କ ସମେତ ନାରୀନେତ୍ରୀ ବିଳାସିନୀ ନାୟକ, ବିଦ୍ୟାଧର ମଳିକ, ସୁଜିତ କୁମାର ନାୟକ,ଏଲିଆସ ପ୍ରଧାନ, ପ୍ରଦୀପ ମଲିକ, କୁସନାଥ ପ୍ରଧାନ, ମିଖାଇଲ ପ୍ରଧାନ, ନକୁଳ ପ୍ରଧାନଙ୍କ ସମେତ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।