ଶଶିଭୂଷଣ ଗହୀର ସହକାରୀ ପ୍ରଫେସର ପରୀକ୍ଷାରେ କୃତକାର୍ଯ୍ୟ


କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ତେରେସିଂହା ଗ୍ରାମର ଶଶିଭୂଷଣ ଗହୀର ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ସହକାରୀ ପ୍ରଫେସର ପଦବୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି l ଏହି ଖବର ପ୍ରଚାରିତ ହେବା ମାତ୍ରେ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି l ଶ୍ରୀ ଗହୀର ତେରେସିଂହାର ଅବସରପ୍ରାପ୍ତ ସହଶିକ୍ଷା ନିରୀକ୍ଷକ ସ୍ବର୍ଗତ ଟଙ୍କଧର ଗହୀର ମାତା ସ୍ବର୍ଗତ କୁମୁଦିନୀ ଗହୀର ଙ୍କ କନିଷ୍ଠ ପୁତ୍ର ଓ ବୋରପଦର ପଂଚାୟତର ଗ୍ରାମ ରୋଜଗାର ସେବକ ଗଜାନନ ଗହୀରଙ୍କ କନିଷ୍ଠ ଭାଇ ଅଟନ୍ତି l ସେ ତେରେସିଙ୍ଗା ଠାରେ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ଭବାନୀପାଟଣା ସରକାରୀ କଲେଜରେ ବି ଏସ ସି ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ପିଜି ଅଧ୍ୟୟନ କରିଥିଲେ l ତାପରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଠାରେ ପି ଏଚ ଡି କରୁଥିବା ବେଳେ ଏହି ନିଯୁକ୍ତି ପାଇଛନ୍ତି l ତାଙ୍କ ସଫଳତାରେ କଳାହାଣ୍ଡି ଯୁବ ଯାଦବ ସମିତି, କର୍ଲାମୁଣ୍ଡା ଯାଦବ ସମିତି, ତେରେସିଙ୍ଗା ଗ୍ରାମ ଉନ୍ନୟନ କମିଟି, କର୍ଲାମୁଣ୍ଡା ପ୍ରେସ କ୍ଲବ, ସମେତ ବହୁ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି l