Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆସନ୍ତାକାଲି ନ ହେଲେ ଅଗଷ୍ଟ ୨୭ରେ ଅବତରଣ କରିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ଓଲଟା ଗଣତି ଆରମ୍ଭ ହୋଇ ଯାଇଛି। ସୁରକ୍ଷିତ ଅବତରଣର ସମସ୍ତ ପ୍ରସ୍ତୁତି ପୂରା ହୋଇ ସାରିଛି। ତେବେ ଏହାକୁ ନେଇ ଏବେ ଆସିଛି ବଡ଼ ଖବର। ଆସନ୍ତାକାଲି ନ ହେଲେ ଅଗଷ୍ଟ ୨୭ ତାରିଖରେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରଯାନ-୩। ବୁଧବାର ଯଦି ପରିସ୍ଥିତି ଅନୁକୂଳ ନ ହୁଏ ତେବେ ୨୭ରେ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩କୁ ଅବତରଣ କରାଯିବ। ଏ ନେଇ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଆସନ୍ତାକାଲି ନିର୍ଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ନିଷ୍ପତ୍ତି ବଦଳା ଯାଇପାରେ। ଯଦି ଚନ୍ଦ୍ରର ସ୍ଥିତି ଏବଂ ଲ୍ୟାଣ୍ଡରର ସ୍ଥିତି ଅନୁକୂଳ ନ ଥାଏ ତେବେ ଘୁଞ୍ଚା ଯାଇପାରେ। ଯଦି ସବୁ କିଛି ଠିକ୍ ରହେ ତେବେ ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଅବତରଣ କରିବ। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ମିଶନ ନିର୍ଦ୍ଧାରିତ ପ୍ରକ୍ରିୟାରେ ଚାଲିଛି। ସିଷ୍ଟମର ନିୟମିତ ଯାଞ୍ଚ କରାଯାଉଛି। ଏଥିସହ ଇସ୍ରୋ ଚନ୍ଦ୍ରର କିଛି ଫଟୋ ମଧ୍ୟ ଛାଡ଼ିଛି। ଏହି ଫଟୋ ପାଖାପାଖି ଅଗଷ୍ଟ ୧୯ ତାରିଖରେ ୭୦ କିମି ଉଚ୍ଚତାରୁ ନିଆଯାଇଛି।

ଲ୍ୟାଣ୍ଡିଂର ପ୍ରସ୍ତୁତି କରୁଥିବା ଇସ୍ରୋ ମଧ୍ୟ ଅଭିଯାନ ସଫଳ ହେବା ନେଇ ପୂର୍ଣ୍ଣ ବିଶ୍ଵାସ ପ୍ରକାଶ କରିଛନ୍ତି। ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, ଆମକୁ ପୂରା ଭରସା ଯେ, ମିଶନ ସଫଳ ହେବ। କାରଣ ଏ ପର‌୍ୟ୍ୟନ୍ତ ସବୁ କିଛି ଠିକ୍ ଚାଲିଛି, କୌଣସି ତ୍ରୁଟି ଆସିନାହିଁ। ସମସ୍ତ ସିଷ୍ଟମ ଯାଞ୍ଚ କରାଯାଇଛି ଓ ସବୁ ଠିକ୍ ଥିବା ଇସ୍ରୋ ମୁଖ୍ୟ କହିଛନ୍ତି।