Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ରେ ସଚେତନ ନାଗରିକ ମଞ୍ଚର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ସାମୁହିକ ବିକାଶ ଉପରେ ଗୁରୁତ୍ୱ।

କୋକସରା:୨୨/୦୮ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ସଚେତନ ନାଗରିକ ମଞ୍ଚ ଓ ଲଡୁଗାଁ ଗ୍ରାମବାସୀ ପକ୍ଷରୁ ସରକାର ଓ ପ୍ରଶାସନ କୁ ଅନେକ ସମୟରେ ଦାବି ଜଣାଇ ଆସୁଛନ୍ତି। ହେଲେ କୌଣସି ସମାଧାନ ହୋଇ ପାରୁନାହିଁ। ଯାହାକୁ ନେଇ ମଙ୍ଗଳବାର ଲଡୁଗାଁ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବୀ ଉପସ୍ଥାପନା କରିଛନ୍ତି। ଗୁଣନିଧି ବାଗଙ୍କ ସଭାପତିତ୍ବରେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲା। ଏଥିରେ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ପଙ୍କଜ ମୁଖ ଚୌଧୁରୀ, ଟୁନୁ ମହାନନ୍ଦ, ବରିଷ୍ଠ ନାଗରିକ ମୁକ୍ତେଶ୍ଵର ପଟ୍ଟନାୟକ, ଗଗନ ବିହାରୀ ଦାସ ପ୍ରମୁଖ ମଞ୍ଚାସିନ ରହି ଲଡୁଗାଁ କୁ ଏକ ବିଜ୍ଞାପିତ ଅଞ୍ଚଳ ଘୋଷଣା ମୁଖ୍ୟ ଦାବି ରହିଛି, ମୋଟର ଠାରୁ ଲଡୁଗାଁ ଭାୟା ବାନେର ପୂର୍ତ୍ତ ବିଭାଗ ଦ୍ବାରା ନିର୍ମାଣ ହେବାକୁ ଥିବା ରାସ୍ତାକୁ ବିଭାଜନ ନକରି ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକ ଦେଇ ବାନେର ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା କରିବା ସହ ଲଡୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଛକ୍ ଠାରୁ ସୁନାମାଲ ଓ ଲଡୁଗାଁ ଡାକ୍ତର ଖାନା ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ସହ ରାସ୍ତାର ପ୍ରସାରଣ ଜବର ଦଖଲ ଉଚ୍ଛେଦ କରାଯାଉ। ଲଡୁଗାଁ କୁ ବ୍ଲକର ମାନ୍ୟତା, ଲଡୁଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର, ଶାନ୍ତିଶୃଙ୍ଖଳା ରକ୍ଷା ପାଇ ଏକ ପୋଲିସ ଫାଣ୍ଡି ସ୍ଥାପନ, ରାଜସ୍ୱ ବିଭାଗ ତରଫ ରୁ ଲଡୁଗାଁ ଠାରେ ସେଟେଲ ମେଣ୍ଟ କ୍ୟେମ୍ପ ର ବ୍ୟବସ୍ଥା, ପାଇପ୍ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଯାନବାହନ ରଖିବା ପାଇଁ ପାର୍କିଂର ସୁବିଧା, ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଗୃହ ଓ ବିହନ କେନ୍ଦ୍ର ଗୃହ ନିର୍ମାଣ, ପ୍ରାଣୀ ଚିକିତ୍ସାଳୟରେ ଖାଲିଥିବା ପଦବିର ପୂରଣ ଓ ଭି.ଏ.ଏସଙ୍କ ସ୍ଥାୟୀ ନିଯୁକ୍ତି, ଲଡୁଗାଁ ଠାରୁ ଭବାନୀପାଟଣା କୁ ଯାତାୟତ ପାଇଁ ସରକାରୀ ବସ ର ସୁବିଧା ଆଦି ୨୯ ଗୋଟି ଦାବି ଗୁଡ଼ିକ ଉପରେ ବିବରଣୀ ପ୍ରଦାନ କରିଥିଲେ। ଏବଂ ଆସନ୍ତା ୪ ତାରିଖରେ ଲଡୁଗାଁର ବିଭିନ୍ନ ସମସ୍ୟା ନେଇ ଭବାନୀପାଟଣା ଠାରେ ଏକ ବିରାଟ ଶୋଭାଯାତ୍ରା କରି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ବର ଦୁର୍ଗା, ପ୍ରଧାନୀ ବାଗ, ଓମ୍ ପ୍ରକାଶ ଛତ୍ରିଆ, ଗଜିନ୍ଦ୍ର ନାଗ, ଛନ୍ଦା ଚରଣ କୁମାର, ତପନ ନାଏକ, ସୁକାନ୍ତ ମହାନନ୍ଦ, ମୁରଳୀ ପାଣିଗ୍ରାହୀ, ପିତାମ୍ବର ନାଗ, କୁଲୁ ନାଗ ସମେତ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।