Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ରେ ମିଶନ ଶକ୍ତିର ସ୍କୁଟି ଯୋଜନା ପାଇଁ ଆର୍ଥିକ ଅନୁମୋଦନ ପତ୍ର ପ୍ରଦାନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାର ମିଶନଶକ୍ତି ପକ୍ଷରୁ ସ୍କୁଟି ଯୋଜନା ପାଇଁ ସମଗ୍ର ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ସ୍କୁଟି ଯୋଜନାରେ ସ୍କୁଟି କ୍ରୟ ପାଇଁ ନିକଟରେ ନେଇଥିବା ପଦକ୍ଷେପ ପ୍ରକାରେ କନ୍ଧମାଳ ଜିଲାରେ ମଧ୍ୟ ଏହି ଯୋଜନା ଯେଭଳି ଭାବେ ସଫଳ ହେବ ସେଥି ପାଇଁ ଜିଲା ମିଶନଶକ୍ତି ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଏଭଳି ସ୍ଥଳେ କନ୍ଧମାଳ ଗସ୍ତରେ ଆସିଥିବା ମିଶନ ଶକ୍ତିର ରାଜ୍ୟ ଉପଦେଷ୍ଟା ଡ଼.ଗୀତାଞ୍ଜଳୀ ବସ୍ତିଆ ଓ ଅନ୍ୟମାନେ ଫୁଲବାଣୀ ବ୍ଳକ ଅନ୍ତର୍ଗତ ୧୮ଜଣ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାଙ୍କୁ ସ୍କୁଟି କ୍ରୟ କରିବା ପାଇଁ ଆର୍ଥିକ ଅନୁମୋଦନ ପତ୍ର ପ୍ରଦାନ କରିଛନ୍ତି। ତେବେ ଏହି ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ହାତ ଗଣତି କେତେକ ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିବା ବେଳେ ଅଧିକ ସଂଖ୍ୟରେ ବିଜେଡ଼ିର ମହିଳା ନେତ୍ରୀ ଓ କର୍ମୀମାନେ ଯୋଗ ଦେଇଥିବାର ଦେଖାଯାଇଛି। ଉକ୍ତ ସରକାରୀ କାର୍ଯ୍ୟକ୍ରମ ଏକ ପ୍ରକାର ଦଳୀୟ କାର୍ଯ୍ୟକ୍ରମ ପାଲଟିଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧି କଂଗ୍ରେସ ଓ ବିଜେପି। ଅନ୍ୟପକ୍ଷରେ ସରକାରୀ ସ୍ତରରେ ହେଉଥିବା କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ କିମ୍ବା ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ବଦଳରେ ଅନ୍ୟ ଦଳୀୟ ନେତା ଓ କର୍ମୀମାନଙ୍କୁ ଡ଼ାକି ଏହି ଆର୍ଥିକ ଅନୁମୋଦନ ପତ୍ର ପ୍ରଦାନ କରିବା କେତେଦୁର ଯୁକ୍ତଯୁକ୍ତ ବୋଲି ବିରୋଧି ପ୍ରଶ୍ନ କରିବା ସହିତ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟିଦେବାର ଆବଶ୍ୟକତା ରହିଛି ବୋଲି ଦାବି ହୋଇଛି।