Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୈରାଗୀ ସମାଜ ର ପୁସ୍ତକ ଉନ୍ମୋଚିତ।

କୋକସରା:୦୧/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଡ ପୋଡାଗୁଡ଼ା ଗ୍ରାମ ଠାରେ ବୈଷ୍ଣବ ସମାଜ ପକ୍ଷରୁ ନିଖିଲ ଉତ୍କଳ ଆଞ୍ଚଳିକ ଗୃହି ବୈରାଗୀ ବୈଷ୍ଣବ (ପରିବାର ସର୍ଭେ ପୁସ୍ତିକା) ଶୁକ୍ରବାର ଦିନ ଉନ୍ମୋଚନ କରାଯାଇଛି। ଏହି ପୁସ୍ତକ ସ୍ବର୍ଗତ ଧ୍ରୁବ ଚରଣ ଦାସ ଲେଖିଥିବା ବେଳେ ତାଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କ ପୁତ୍ରଦ୍ବୟ ମନୋଜ କୁମାର ଦାସ, ମଳୟ ଦାସ ଓ ପୁତୁରା ଧନଞ୍ଜୟ ଦାସଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା ।ଉକ୍ତ ପୁସ୍ତକରେ ସ୍ବର୍ଗତ ଧ୍ରୁବ ଚରଣ ଦାସ ନିଜ ବଂସଜ ଓ ତାଙ୍କ ଜୀବନି ତଥା ବୈରାଗୀ ବୈଷ୍ଣବ ସମାଜର ଆଦର୍ଶ ରୀତିନୀତି ତଥା କୋଣ ଅନୁକୋଣ ରେ ଥିବା ବୈରାଗୀ ବୈଷ୍ଣବ ସମାଜର ପରିବାରଙ୍କ ସର୍ଭେ ଲିଷ୍ଟକୁ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତିକାର ଉନ୍ମୋଚନ ଉତ୍ସବରେ ପୁସ୍ତିକାର ପ୍ରକାଶକ ଗଜେନ୍ଦ୍ର ଦାସ, ପିତାମ୍ବର ଦାସ, ଅଭିମନ୍ୟୁ ଦାସ, ମୋହନ ଚରଣ ଦାସ, ଫକିର ଦାସ, ଅଶୋକ ଦାସ,ନବୀନ ଦାସ ସମେତ ବୈରାଗୀ ବୈଷ୍ଣବ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।