Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସରକାରୀ ଉଚ୍ଚ ବିଦ୍ୟାଳୟରେ ତମାଖୁ ମୁକ୍ତ ସଚେତନତା ସଭା ଓ ଶୋଭାଯାତ୍ରା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବାରଖମାର ମିଳିତ ଆନୁକୂଲ୍ୟରେ ଏକ ତମାଖୁ ମୁକ୍ତ ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟ ପରିସରରୁ ସମସ୍ତ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ସମଗ୍ର ସହର ପରିକ୍ରମା କରି ତମାଖୁ ମୁକ୍ତ କରିବା ନିମନ୍ତେ ବିଭିନ୍ନ ପ୍ରକାର ସ୍ଲୋଗାନ ମାନ ଦେଇ ପୁଣି ବିଦ୍ୟାଳୟରେ ପହଞ୍ଚି ଏକ ସଭାରେ ଯୋଗଦେଇ ତମାଖୁ ମୁକ୍ତ ସଚେତନତା ସମ୍ପର୍କିତ ବିଭିନ୍ନ କୁଇଜ ପ୍ରତିଯୋଗିତା କରାଯାଇଥିଲା l ଏଥିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡ଼.ସୁଶାନ୍ତ ମଣ୍ଡଳ, ଡ.ମହେନ୍ଦ୍ର ପ୍ରଧାନ, ବିପିଏମ୍ଓ ମନୋଜ ପାତ୍ର, ପିଏଚଇଓ ପ୍ରମୁଖ ଯୋଗଦେଇ ତମାଖୁ ମୁକ୍ତ ବିଦ୍ୟାଳୟ ର ଗୁରୁତ୍ୱ ବିଷୟରେ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅନନ୍ତ ପ୍ରଧାନ, ଜ୍ୟୋତ୍ସ୍ନାମୟୀ ସାହୁ, ଦିଲୀପ କୁମାର ପ୍ରଧାନ, ସୁନୀଲ କୁମାର ବେହେରା, ଗଙ୍ଗାଧର ପାତ୍ର, ପବିତ୍ର ଜେନା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l