Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାରତୀୟ ଜନତା ଦଳ ପକ୍ଷରୁ ପଞ୍ଚଗାଁ ମଣ୍ଡଳ ସ୍ତରୀୟ ବୈଠକ

ଝାରସୁଗୁଡା ୫/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ପଞ୍ଚାୟତ ସ୍ଥିତ ମାଁ ଘଣ୍ଟେଶ୍ୱରୀ ପୀଠ ପରିସରରେ ସୋମବାର ଦିନ ପଞ୍ଚଗାଁ ବିଜେପି ମଣ୍ଡଳ ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପଞ୍ଚଗାଁ ମଣ୍ଡଳ ସଭାପତି ହେମକୁମାର ପଧାନ ସଭାପତିତ୍ବ କରିଥିଲେ । ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଲଖନପୁର ବ୍ଲକ ଅନ୍ତର୍ଗତ ୩୩ ଗୋଟି ପଞ୍ଚାୟତର ପ୍ରତ୍ୟେକ ଗାଁ କୁ ଯାଇ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ସମସ୍ତ ଜନ କଲ୍ୟାଣ ଯୋଜନା ଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ମଜବୁତ କରିବା ନିମନ୍ତେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଗୁରୁମନ୍ତ୍ର ଦେଇଥିଲେ । ସେହିପରି ଯୁବନେତା ରାଧେଶ୍ୟାମ ପଧାନ ତାଙ୍କ ବକ୍ତବ୍ୟ ଛଳରେ କହିଥିଲେ ଯେ ପଞ୍ଚାୟତ ସ୍ତରରେ ଥିବା ଦଳୀୟ କର୍ମୀ ମାନେ ପ୍ରତ୍ୟେକ ଘରକୁ ଯାଇ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରିଲି ବୁଝିବା ସହିତ ତାର ସ୍ଥାୟୀ ପ୍ରତିକାର ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଆଜିର ବୈଠକରେ ଯୋଗ ଦେଇଥିବା ପ୍ରମୂଖ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଚକାନନ ସା , ଲଖନପୁର ବ୍ଲକ ସାଂସଦ ଙ୍କ ପ୍ରତିନିଧି ସୁଦାମ ପଧାନ, ଜିଲ୍ଲା ଉପ ସଭାପତି ସଞ୍ଜୟ କୁମାର ଭୋଇ, ସମ୍ପାଦକ ହାରାଚାନ୍ଦ ଗଡତିଆ, ସୁରେନ୍ଦ୍ର ସାହୁ, ଅଶୋକ ସାହୁ, ନବୀନ ବିଶ୍ୱାଳ,ରମଣୀ ରଞ୍ଜନ ସାହୁ,ଜୟନ୍ତ ସା‌,କାର୍ତ୍ତିକ ପ୍ରଧାନ, କାଲି ଚରଣ ମେହେର, କ୍ଷୀରୋଦ ଖମାରୀ, ପ୍ରେମାନନ୍ଦ ପଟେଲ ଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ମାନେ ଅଂଶଗ୍ରହଣ କରି ଆଲୋଚନା ରେ ଭାଗ ନେଇଥିଲେ । ବିଜେପି ପଞ୍ଚଗାଁ ମଣ୍ଡଳ ସମ୍ପାଦକ ହାରାଚାନ୍ଦ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

More Stories