ବାଲିଗୁଡା,:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ ତଥା ଶିକ୍ଷାବିତ ସର୍ବପଲ୍ଲୀ ଡ଼.ରାଧା କ୍ରିଷ୍ଣାନଙ୍କ ୧୩୫ ତମ ଜୟନ୍ତୀ ଅବସରରେ ଗୁରୁଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର ରାଧା କ୍ରିଷ୍ଣାନଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ ସେଥି ମଧ୍ୟରୁ ୧୫ ଜଣ ଛାତ୍ର ଛାତ୍ରୀ ବିଭିନ୍ନ କୌତୁକ ପୋଷାକ ପରିଧାନ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ନିଜର ନିଖୁଣ ଅଭିନୟ ପରିବେଷଣ କରିଥିଲେ l କୃତି ପ୍ରତିଯୋଗୀ ମାନଙ୍କୁ ଅଧ୍ୟକ୍ଷଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା l ଉକ୍ତ ଉତ୍ସବରେ ସ୍କୁଲର ଅଭିଭାବକ ତଥା ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଶିକ୍ଷକ ଡେଭିଡ଼ ଡିଗାଳ ଧନ୍ୟବାଦ ଅର୍ପଣ କରିଥିଲେ l
ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ରେ ଗୁରୁଦିବସ ପାଳିତ
