Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ଅଞ୍ଚଳରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଉଦ୍ଦୀପନା ସହ ପାଳିତ ହୋଇଯାଇଛି।ଏହି ଅବସରରେ
ରିଷିଡା ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ମହାସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ପରିଚାଳନା କମିଟି ସଭପତି ନେମିଚାନ୍ଦ ଜୈନ (ମିନୁ) ଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ କର୍ଲାମୁଣ୍ଡା ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ଗୋପମଣି ସାହୁ ମୁଖ୍ୟଅତିଥି, ରିଷିଡା ଡାକ୍ତରଖାନାର ଚିକିତ୍ସାଧିକାରୀ ଡାଃ ମୁକେଶ କୁମାର ପଧାନ ବିଶିଷ୍ଟଅତିଥି ଭାବେ ଯୋଗଦେଇ ଶ୍ରୀକୃଷ୍ଣ ଙ୍କ ବାଣୀ କୁ ଅନୁସରଣ କଲେ ଆମେ ଜଣେ ଭଲମଣିଷ ହୋଇପାରିବା ବୋଲି ମତବ୍ୟକ୍ତ କରିଥିଲେ । ପ୍ରଧାନଚାର୍ଯ୍ୟ ମହେନ୍ଦ୍ର ବାରିକ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ହୃଷିକେଶ ସାହୁ, ଯୁଗ୍ମସଂପାଦକ ପ୍ରେମାନନ୍ଦ ପାତ୍ର ମଞ୍ଚାସୀନ ଥିଲେ । ବରିଷ୍ଠ ଆଚାର୍ଯ୍ୟ ବାସୁଦେବ ସେଲମା ସଭା ସଂଯୋଜନା କରିଥିଲେ । ଏହି ଅବସରରେ ଶିଶୁ ଭାଇଭଉଣୀ ଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଓ ଶ୍ରୀରାଧା ବେଶ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା, ପ୍ରାକ୍ତନ ଆଚାର୍ଯ୍ୟ ବେଲାରସିଂ ରଣା ଓ ମମତା ଭୋଇ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଂପାଦକ ଅନ୍ତର୍ଯ୍ୟାମୀ ସାହୁ, ଅଶୋକ କୁମାର ତ୍ରିପାଠୀ, ଆଚାର୍ଯ୍ୟ ପ୍ରଦୀପ ପଧାନ, ପ୍ରଶନ୍ନ ସାହୁ, କୁବେର ନାଗ, ରଞ୍ଜନ ଗୁରୁ, ସରୋଜ ଗହୀର, ନର୍ମଳ ରଣା, ଲାଲୁ ହରିଜନ, ଦେବେନ୍ଦ୍ର କୁମାର, ବିଳାସିନୀ, ରୁବି, ଝିଲି ପ୍ରମୁଖ ସହଯୋଗ କରିଥିଲେ । ଠିକ ସେହିପରି ବ୍ଲକର କର୍ଲାମୁଣ୍ଡା,ଭଟାପଲା,କୁଶୁର୍ଲା ପ୍ରଭୁତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଡ଼ିକ ରେ ମଧ୍ୟ ଧୁମଧାମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ