ପଞ୍ଚଗାଁ ସରସ୍ୱତୀ ଶିଶୁ ମନ୍ଦିର ରେ ପବିତ୍ର ଗୁରୁ ଦିବସ ଓ ଜନ୍ମାଷ୍ଟମୀ ଉତ୍ସବ


ଝାରସୁଗୁଡା ୬/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ସରସ୍ୱତୀ ଶିଶୁ ମନ୍ଦିରରେ ମଙ୍ଗଳବାର ଗୁରୁ ଦିବସ ଏବଂ ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଅବସରରେ ଝସକେତନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ୱୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ରଥ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ଗୁରୁଦିବସ ବିଷୟରେ ଶିଶୁଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଶେଷରେ ଗୁରୁମା ମଞ୍ଜୁଲତା କଲସେ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁମା ତଥା ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
ସେହିପରି ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମଧ୍ୟ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ସର୍ଵ ପ୍ରଥମେ ମୂଖ୍ୟ ଅତିଥି ଝସକେତନ ସାହୁ, ମୂଖ୍ୟ ବକ୍ତା ଇନ୍ଦ୍ରମଣି ପଧାନ ତଥା ସମ୍ମାନିତ ଅତିଥି ଝରଣା ଗଣ୍ଡ ଦ୍ୱୀପ ପ୍ରଜ୍ବଳନ କରିବା ପରେ ଗୁରୁମା ମଞ୍ଜୁଳତା ପଧାନ ବନ୍ଦନା ପରିବେଷଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ତିଲୋତ୍ତମା ପଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ ବିଜୟ ଲକ୍ଷ୍ମୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ରାଧାକୃଷ୍ଣ,ବଳରାମ, ସୁଦାମା ଆଦି ବେଶରେ ସୁସଜ୍ଜିତ ହୋଇ ନିଜ ନିଜ ଅଭିନୟ ପ୍ରଦର୍ଶନ କରିଥିଲେ । ଏହାକୁ ଉଷା ଗୁରୁମା, ମଞ୍ଜୁ ଗୁରୁମା ଓ ସଂଯକ୍ତା ଗୁରୁମା ପରିଚାଳନା କରିଥିଲେ । ଏଥିରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବୀକା ତଥା ପରିଚାଳନା କମିଟିର ସଦସ୍ୟ, ସଦସ୍ୟା ସହଯୋଗ କରିଥିଲେ ।