Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜେନ୍ଦ୍ର ନାଏକ ହେଲେ କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ, ବିଭିନ୍ନ ମହଲ ରୁ ଶୁଭେଚ୍ଛା।

କୋକସରା:୦୭/୦୯ ଓଡିଶା ପ୍ରଦେଶ କଂଗ୍ରେସ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି। ଏହି କ୍ରମ ରେ କୋକସରା ବ୍ଲକ ର କଂଗ୍ରେସ ଦଳ ର ଜଣେ ଲଢୁଆ ଯୁବନେତା ରାଜେନ୍ଦ୍ର ନାଏକ(ଭାଲୁଭାଇ) ଙ୍କୁ ଜିଲ୍ଲା ସମ୍ପାଦକ ଭାବେ ମନୋନୀତ କରାଯାଇଛି। ରାଜେନ୍ଦ୍ର ନାଏକ ପୂର୍ବରୁ କୋକସରା ବ୍ଲକ କଂଗ୍ରେସ କମିଟିର ସଭାପତି ଓ ଅନ୍ୟାନ୍ୟ ପଦପଦବୀ ରେ ରହି ଦଳ କୁ ତୃଣମୂଳ ସ୍ତରରୁ ସଂଗଠନ କୁ ସୁଦୃଢ଼ କରିବା ରେ ପ୍ରମୁଖ ନେତୃତ୍ୱ ନେଇଛନ୍ତି। ଏଣୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଛନ୍ତି। ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇ ଥିବାରୁ କଂଗ୍ରେସ ର ରାଜ୍ୟ ସଭାପତି ଶରତ ପଟ୍ଟନାୟକ,ବରିଷ୍ଠ ନେତା ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଧାରଣ ସମ୍ପାଦକ ଭାବେ ଚୟନ ପରେ ବିଭିନ୍ନ ମହଲ ରୁ ଶୁଭେଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି।