ବିଧାୟିକା ଙ୍କ ସମୀକ୍ଷା ବୈଠକ


ଝାରସୁଗୁଡା ୭/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ପଞ୍ଚାୟତ ସମିତି ସଭାଗୃହରେ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ବିଧାୟିକା ଅଳକା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଲଖନପୁର ବ୍ଲକ ଅଧିନସ୍ଥ ୩୩ ଗୋଟି ପଞ୍ଚାୟତରେ ରହିଥିବା ସମସ୍ତ ଗ୍ରାମ,ପଡ଼ାର ସବୁ ପରିବାର ଯେପରି ଠିକ ଭାବେ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା । ଏହା ସହିତ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଇପ ଲାଇନ ବିଛା କାର୍ଯ୍ୟ କେତେ ଦୂର ଅଗ୍ରଗତି ହୋଇଛି ଏବଂ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେ ସମ୍ପର୍କରେ ମଧ୍ୟବିଧାୟିକା ଶ୍ରୀମତୀ ମହାନ୍ତି ସମୀକ୍ଷା କରିଥିଲେ l ଉକ୍ତ ସମୀକ୍ଷା ବୈଠକରେ ବିଧାୟିକା ଅଳକା ମହାନ୍ତି ଙ୍କ ସମେତ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଉପଦେଷ୍ଟା ଦୀନେଶ ପ୍ରଧାନ, ବ୍ଲକ ଅଧକ୍ଷା ହୂତେଶ୍ୱରୀ ତିହିରିଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ ସାହୁ, ବିଭାଗୀୟ ଅଧିକାରୀ, ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଏଲଏଣ୍ଡଟି ର ଅଧିକାରୀ ତଥା ସ୍ଥାନୀୟ ଜନ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ l ଯେପରି ଉନ୍ନତ ମାନର କାର୍ଯ୍ୟ କରିବା ସହିତ ସଠିକ ସମୟରେ କାର୍ଯ୍ୟ ସମ୍ପୂର୍ଣ କରିବା ନିମନ୍ତେ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ର ଅଧିକାରୀ ମାନଙ୍କୁ ବିଧାୟିକା ଶ୍ରୀମତୀ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ ।