Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ସୁଗୁଡବାଡି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗୀତା ୨୦୨୩ ଉଦଯାପିତ ହୋଇଯାଇଅଛି। ଜିଲ୍ଲାର ବିଭିନ୍ନ ବ୍ଲକର ବିଦ୍ୟାଳୟ ମାନଙ୍କ ରୁ ୧୭ବର୍ଷରୁ କମ ବର୍ଗର ଛାତ୍ରୀଛାତ୍ରମାନେ ଭଲିବଲ, ବିଚ ଭଲିବଲ , ହକି ଏବଂ ବାସ୍କେଟ ବଲ ଖେଳରେ ଭାଗ ନେଇ ଥିଲେ। ବିଭିନ୍ନ ବର୍ଗରୁ ଶ୍ରେଷ୍ଠ ଖେଳାଳିଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ଚୟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇକିଆ ବ୍ଲକ ଶିକ୍ଷାଧିକାରୀ ହାଡିବନ୍ଧୁ ବେହେରା,ସମ୍ମାନିତ ଅତିଥି ଭାବେ ସୁଗୁଡବାଡି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ, ସୁଗୁଡବାଡି ସରପଞ୍ଚ ସୁରଞ୍ଜନ ପ୍ରଧାନ, ଅମିତ କୁମାର ମଲ୍ଲିକ, ରାଇକିଆ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ରାଇକିଆ ବିଦ୍ୟାଳୟ କ୍ରୀଡା ସଂଘ ଉପସଭାପତି ସୀମାଦ୍ରି କହଁର, କନ୍ଧମାଳ ଜିଲ୍ଲା ସ୍କୁଲ ସମୂହ କ୍ରିଡା ନିରିକ୍ଷକ ତଥା ସଂପାଦକ ରଙ୍କନିଧି ବେହେରା ଯୋଗଦେଇଥିଲେ। କ୍ରୀଡାଶିକ୍ଷକ ରଶ୍ମି ରଞ୍ଜନ ତ୍ରିପାଠୀ, ସଂଜୀବ କୁମାର ବେହେରା, ଗୌର ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ କୁମାର ବେହେରା, ବିଭୁତିଭୂଷଣ ବେହେରା, କିଶୋର ଚନ୍ଦ୍ର ମଲ୍ଲିକ, ରାକେଶ ବିଶୋଇ, ଓମ ନାରାୟଣ ମିଶ୍ର , ପ୍ରିୟବ୍ରତ ତ୍ରିପାଠୀ , ସୁଧାଂଶୁ ବେହେରା, ପ୍ରଦୀପ ସାହୁ ଏବଂ ଧୀରେଶ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ । କ୍ରୀଡା ଶିକ୍ଷକ ଶୈଳେନ୍ଦ୍ର ଦିଗାଳ, କ୍ରୀଡା ଶିକ୍ଷୟତ୍ରୀ ରେଣୁବାଳା ପ୍ରଧାନ, ସେବତୀ ପ୍ରଧାନ, ଶ୍ରୀଛନ୍ଦା ପ୍ରଧାନ, ସବିତା ପ୍ରଧାନ, ବିଜୟା କୁମାରୀ କାନ୍ଦୁଲୁନା, ସ୍ମିତା ଭୋଇ ଏବଂ ଅନ୍ୟ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ପରିଚାଳନା କରିଥିଲେ।