Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ପକ୍ଷରୁ ଆମପାଣି ବୁଢ଼ାରଜା ମନ୍ଦିର ରୁ ମୋ ମାଟି ମୋ ଦେଶ ପାଇଁ ମାଟି ସଂଗ୍ରହ ଶୁଭାରମ୍ଭ, ଯୋଗଦେଲେ ସାଂସଦ

କୋକସରା:୧୨/୦୯ ଆଜାଦି କି ଅମୃତ ମହୋତ୍ସବ ର ୭୫ ବର୍ଷା ପୂର୍ତ୍ତି ଅଵସର ରେ ଦେଶ ର ସହିଦ ଯବାନ ସ୍ମୃତି ଓ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟ ରେ ଦିଲ୍ଲୀରେ ଏକ ଅମୃତ ବାଟୀକା ଉଦ୍ୟାନ ନିର୍ମାଣ ପାଇଁ ସାରାଦେଶ ରୁ ମାଟି ସଂଗ୍ରହ କରିବା ପାଇଁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଭାରତୀୟ ଜନତା ଦଳ ପକ୍ଷରୁ ଆୟୋଜିତ ହେଉଥିବା ବେଳେ ମଙ୍ଗଳବାର ଆମପାଣି ବୁଢ଼ାରଜା ମନ୍ଦିର ରେ ପ୍ରଭୁ ବୁଢ଼ାରଜା ଙ୍କ ନିକଟରେ ମାଟି କଳସ ପୂଜାର୍ଚ୍ଚନା କରିବା ପରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ର ଶୁଭାରମ୍ଭ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କରିଥିଲେ।ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ଏହି କାର୍ଯ୍ୟକ୍ରମ ଜରିଆରେ ଦଳିୟ କର୍ମକର୍ତ୍ତା ମାନେ ପହଞ୍ଚି ମାଟି ସଂଗ୍ରହ କରିବା ଅଭିଯାନ ଜାରି ରହିବା ନେଇ ଜଣାପଡିଛି। ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ର ପ୍ରଭାରୀ ଲକ୍ଷ୍ମୀ କାନ୍ତ ବାଗ ଙ୍କ ତତ୍ୱାବଧାନ ରେ କଳାହାଣ୍ଡି ସାଂସଦ ଙ୍କ ସହ ବିଜେପି ର ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, କଳାହାଣ୍ଡି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ,କୋକସରା ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର ,ମଣ୍ଡଳ ପ୍ରଭାରୀ ଗରୁଡ଼ ଧ୍ଵଜ ମାଝୀ, ସାଂସଦ ପ୍ରତିନିଧି ସୁଧୀର ପାତ୍ର,ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ସମ୍ପାଦକ ମଧିବନ ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମାନ ନାଏକ ଓ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।