Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳରେ ମାଣ୍ଡିଆ ଚାଷର ପ୍ରଚାର ପ୍ରସାର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମିଲେଟ୍ସ ମିଶନ, କନ୍ଧମାଳ ଏବଂ କୃଷି ଓ କୃଷକ ସଶକ୍ତକରଣ ବିଭାଗ ସହଯୋଗରେ ମାଣ୍ଡିଆ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଣ୍ଡିଆ ଚାଷର ପ୍ରଚାର ପ୍ରସାର ଓ ସଚେତନତା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରହଲ୍ଲାଦ ସେନାପତି, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଅନିଲ ପ୍ରହରାଜ ଓ ସହକାରୀ କୃଷି ଅଧିକାରୀ, ଫିରିଙ୍ଗିଆ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ରୀ ମାନଙ୍କ ସହ ଚାରା ରୋପଣ କରିବା ସହ ମାଣ୍ଡିଆ ଚାଷ, ଏହାର ରକ୍ଷଣାବେକ୍ଷଣ ଓ ଏହାର ବ୍ୟବହାର ଉପରେ ଆଲୋକପାତ କରିବା ସହ ଛାତ୍ରୀମାନଙ୍କ ଅଭିଭାବକ ମାନେ ମାଣ୍ଡିଆ ଚାଷ କରି ଲାଭବାନ ହୋଇପାରିବେ ବୋଲି କହିଥିଲେ। ମିଲେଟ୍ସ ମିଶନ, କନ୍ଧମାଳର ସଂଯୋଜିକା ସବିତା ସୁବୁଦ୍ଧି ଓ ସହ ସଂଯୋଜକ ଅଭିମନ୍ୟୁ ମହାରଣା ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ବିଦ୍ୟାଳୟରେ ମାଣ୍ଡିଆ ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମ କରିବା ନେଇ ଯୋଜନା କରିଥିଲେ। ଅଗ୍ରଣୀ ସ୍ୱଚ୍ଛସେବୀ ସଂଗଠନ ଅଗ୍ରଗାମୀର ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ସଂଗ୍ରାମ କେଶରୀ ନାୟକ ଓ ମୁଖ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିବା ସହ ମାଣ୍ଡିଆ ଚାରା ବୃକ୍ଷ ରୋପଣ ଖେତକୁ ତଦାରଖ କରିବା ନେଇ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ