Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡ଼ା ବ୍ଲକରେ ଶିକ୍ଷକ ଙ୍କ ଆନ୍ଦୋଳନ କୁ ସମର୍ଥନ କରି ଅଭିଭାବକ ମାନେ ଧାରଣା କୁ ଓହ୍ଲାଇଲେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସୋମବାର ଦଶମ ଦିନରେ ପହଞ୍ଚିଲା ଶିକ୍ଷକଙ୍କ ଆନ୍ଦୋଳନ । ଏହି ଆନ୍ଦୋଳନ ଯୋଗୁଁ କନ୍ଧମାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସରକାର ଶିକ୍ଷକ ମାନଙ୍କର ଦାବୀ ପୂରଣ ନକରିବା ଯାଏ ଶିକ୍ଷକ ଆନ୍ଦୋଳନ ଜାରି ରଖିବେ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛନ୍ତି । ସେପଟେ ଶିକ୍ଷକଙ୍କୁ ସମର୍ଥନ କରିବା ପାଇଁ ରାସ୍ତାକୁ ଓହ୍ଲାଇଲେ ବାଲିଗୁଡ଼ା ବ୍ଲକ ର ଅଭିଭାବକ ସଂଘ । ତିନି ଦଫା ଦାବି ପୂରଣ ନହେଲେ ଅଭିଭାବକ ଓ ଶିକ୍ଷକ ମିଶି ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକରେ ୫ଶହ ରୁ ଉର୍ଦ୍ଧ ପ୍ରାଥମିକ ଶିକ୍ଷକ ସାମିଲ ହୋଇଛନ୍ତି । ଜିଲ୍ଲାରେ ଏକ ହାଜର ଛଅ ଶହ ସ୍କୁଲରେ ତାଲା ପଡିଛି । ସରକାର ନାଲି ଆଖି ଦେଖାଉଛନ୍ତି କିନ୍ତୁ ଆନ୍ଦୋଳନ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ କେବଳ ପିଲାଙ୍କ ପାଠ ଉପରେ ପ୍ରଭାବ ପଡିଛି । ୩ ଦଫା ଦାବି ପ୍ରଥମେ ଧାରଣା ଓ ପରେ ସମୂହ ଛୁଟିରେ ରହି ଜିଲ୍ଲାର ପ୍ରାୟ ଆଠ ହଜାର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରତ୍ୟେକ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦେଉଛନ୍ତି । ସରକାର ସବୁ ଜାଣୁଛନ୍ତି କିନ୍ତୁ ଚୁପ୍ ବସିଛନ୍ତି । ଦଶ ଦିନ ହୋଇଗଲା, ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନର ସମାଧାନ ହେଲାନି । ଆଉ ଏବେ ଶିକ୍ଷକଙ୍କ ସମର୍ଥନରେ ଆଗେଇ ଆସିଛନ୍ତି ଅଭିଭାବକ । ଅଭିଭାବକ ମହାଂସଘ ଡାକରାରେ ସୋମବାର ଦିନ ଠାରୁ ବାଲିଗୁଡା ବ୍ଲକର ପ୍ରାୟ 10 ରୁ ଉର୍ଦ୍ଧ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ମାନେ ଧାରଣାରେ ବସିଥିବା ବେଳେ ଦଣ୍ଡପଦର ନିକଟସ୍ଥ କର୍ଣ୍ଣାଟପୁର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ସେଠାରେ ବିଦ୍ୟାଳୟ ର ଅଭିଭାବକ ସଂଘ ତରଫରୁ ଲତା ମଲ୍ଲିକ, ଧବଳେଶ୍ଵର ନାୟକ, ବିରାଜ ନାୟକ, ପ୍ରତିଭା ପ୍ରଧାନ, ନରସିଂହ ଦିଗାଲ, ଶିବ ଦିଗାଲ, ଅର୍ଜୁନ ମଲ୍ଲିକ, ମାଳତୀ ମଲ୍ଲିକ ସମେତ ୩୦ରୁ ଉର୍ଦ୍ଧ ଅଭିଭାବକ ପ୍ରାଥମିକ ସ୍କୁଲ ଆଗରେ ଉପସ୍ଥିତ ରହି ଧାରଣା ଦେଇଛନ୍ତି। ସରକାର ଆଲୋଚନା ନ କରି ସମାଧାନର ବାଟ ବାହାର ନ କଲେ ଆନ୍ଦୋଳନ ତୀବ୍ରତର କରିବାକୁ ମହାସଂଘ ପକ୍ଷରୁ ଚନ୍ଦ୍ରଭାନୁ ଭୋଇ, ସୁରେନ ଦାସ, ସନାତନ ପରିଚ୍ଛା, ପ୍ରକାଶ ମହାରଣା, ଦିବାକର ବେହେରା ,ପୀତବାସ ନାୟକ, ସୁଦୀପ୍ତା ମହାପାତ୍ର, ଇପ୍ସିତା ସାମନ୍ତରାୟ, ମନୋଜ ନାୟକ,ସଞ୍ଜୀବ ପଟ୍ଟନାୟକ, କୀର୍ତ୍ତି କୁମାର ବରାଳ, ରଞ୍ଜନ ପାଣିଗ୍ରାହୀ, ସୁରେଶ କୁମାର ଦାସ, ପ୍ରମୁଖ ଚେତାବନୀ ଦେଇଛନ୍ତି ।