Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି କର୍ତ୍ତବ୍ୟ ରତ ୪ଜଣ ସାମ୍ବାଦିକଙ୍କ ବିରୋଧରେ ମିଥ୍ୟା ମାମଲାର ପ୍ରତ୍ୟାହାର ପାଇଁ ଜିଲ୍ଲା ପ୍ରଶାସନ କୁ ସ୍ମାରକପତ୍ର ପ୍ରଦାନ

ପାରଳାଖେମୁଣ୍ଡି୨୩/୯( ଗରୁଡ଼ ଧ୍ଵଜ ଚୌଧୁରୀ) ଗତ କିଛି ଦିନ ପୂର୍ବେ ଗଜପତି ଜିଲ୍ଲାର ରାୟଗଡ ବ୍ଲକର କିଛି ଗ୍ରାମରେ ଓଡିଶା ଜୀବିକା ମିଶନ ପକ୍ଷରୁ ହୋଇଥିବା ଦୁର୍ନୀତି ବିରୋଧରେ ଖବର ପ୍ରସାରଣ ଆମର କିଛି ସାମ୍ବାଦିକ ଭାଇ କରିଥିଲେ । ଯେଉଁ ଥରେ ରାୟଗଡ ବିପିଏମ୍ ଉତ୍କକ୍ଷୀପ୍ତ ଓ ପ୍ରତିଶୋଧପରାୟଣ ହୋଇ, ଜନୈକ ଜନ ପ୍ରତିନିଧି ଦ୍ବାରା ରାୟଗଡ ସାମ୍ବାଦକ ଜିତୁ ପାତ୍ରଙ୍କୁ ଫୋନରେ ଧମକ ଦେବା ଓ କିଛି ତଳତଳିଆ ମହିଳା କର୍ମଚାରୀଙ୍କ ଦ୍ବାରା ଘର ଉପରେ ଆକ୍ରମଣ କରାଇବା ନିନ୍ଦନୀୟ । ଏପରିକି ଘଟଣାରେ ରାୟଗଡ ଥାନା ଯାଇ ଜିତୁ ପାତ୍ର ଅଭିଯୋଗ କରିବା ପରେ କେବଳ ମାମଲା ପଞ୍ଜିକୃତ କରି ଚୁପ ରହିବା ସହ ପୋଲିସ ଘଟଣା ବିଷୟରେ ଜାଣି ସୁଣି ରାଜନୈତିକ ଓ ଅମଳାତନ୍ତ୍ରର ପ୍ରଭାବରେ ପ୍ରଭାବିତ ହୋଇ ସାମ୍ବାଦିକଙ୍କ ବିରୋଧରେ ଥାନାରେ ମାମଲା ପଞ୍ଜିକୃତ କରିଛି । ରାୟଗଡ ଥାନାରେ ପଞ୍ଜିକୃତ ଚଳିତ ମାସର ୮୫ନମ୍ବର ମାମଲାରେ ୪ଜଣ ସାମ୍ବାଦିକଙ୍କ ନାମ ଯୋଡିଛି ଯେଉଁଥରେ ଆମ ସାମ୍ବାଦିକ ଭାଇ ଆର୍ଲିନ ନା ଫିଲ୍ମକୁ ଯାଇଥିଲେ ନା ବିପିଏମଙ୍କ ପାଖକୁ ଯାଇଥିଲେ କିନ୍ତୁ ତାଙ୍କୁ ମିଥ୍ୟା ମାମଲାରେ ଛନ୍ଦାଯାଇଛି । ତେବେ ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମକୁ ସମ୍ବିଧାନର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ବେଳେ ଗଣମାଧ୍ୟମର ସ୍ବାଧ୍ଵନିତାକୁ ଛଡାଇନେବା ସହ ଚାପଗ୍ରସ୍ତ କରିବା ଓ ମିଥ୍ୟା ମାମଲାରେ ସାମ୍ବାଦିକଙ୍କୁ ଫସାଇବା ଘଟଣାକୁ ଆମେ ନିନ୍ଦା କରିବା ସହ ଏପରି ନିଜ ଶକ୍ତି, ପଦବୀର ଅପବ୍ୟବହାର ଏବଂ ରାଜନୈତିକ ଚାପ ପ୍ରୟୋଗ କରିଥିବା ରାୟଗଡ ବିପିଏମ ଏକ ନୂଆଁ ଇତିହାସ ରଚିଥିବାରୁ ଏହାର ପ୍ରତିବାଦରେ ଆମେ ୬ଦଫା ଦାବୀ ଯଥା – (୧)ଆମ ଚାରିଜଣ ସାମ୍ବାଦୀକ ଭାଇଙ୍କ ବିରୋଧରେ ରୁଜୁ ହୋଇଥିବା ମିଥ୍ୟା ମାମଲାର ପ୍ରତ୍ୟାହାର । (୨) ରାୟଗଡ ଓଏଲଏମ ବିପିଏମଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ । (୩) ଘଟଣାର ଭିଜିଲାନ୍ସ ତଦନ୍ତ । (୪) ବିପିଏମ ବିରୋଧରେ ବିଭାଗୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଗଜପତି ଜିଲ୍ଲାରେ ସମସ୍ତେ ସାମ୍ବାଦିକ, ଶ୍ରୀ ଗରୁଡ ଧ୍ଵଜ ଚୌଧୂରି , ବରିଷ୍ଠ ସାମ୍ୱାଦିକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା, ଦୁଜେନ୍ଦ୍ରନାଥ ପାଢୀ, ଭଗବତ ପାଢୀ, ସନ୍ତୋଷ ପଟନାୟକ, ବାପି ପଣ୍ଡା, ଅମିତ ପଟ୍ଟନାୟକ, ନାଗେଶ୍ବର ମହାପାତ୍ର କ୍ରିତଦାସ ବର୍ଦ୍ଧନ, ଜୀତେନ୍ଦ୍ର ପାତ୍ର, ସଞ୍ଜୀବ ପାଣି, ଆଲିନ ପାଣି ଜିଲ୍ଲା ର ସାମ୍ବାଦିକ ମାନେ ଗଜପତି ପଶାସନକୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ