Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ସରକାର ଘର ପଟା ଦେଇଛନ୍ତି ହେଲେ ଜାଗା କଉଠି ପଟା ଧାରୀ ଜାଣି ନାହାନ୍ତି

ପାରଳାଖେମୁଣ୍ଡି:୨୩/୯(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡ଼ କୋଳାକୋଟ ପଞ୍ଚାୟତରେ କୁଲଙ୍ଗ ଗ୍ରାମରେ ପାହାଡ଼ ଧସି ଯାଇ ଆଜକୁ ୪ ବର୍ଷ ହେଲା କିନ୍ତୁ ସରକାରଙ୍କ ସାହାଯ୍ୟ ରୁ ବଞ୍ଚିତ ଏହି ବଣ ପାହାଡ଼ ପର୍ବତ ଅଞ୍ଚଳରେ ରହୁଥିବା ଆଦିବାସୀ ମାନେ ନିଜ ନିଜ ଅଞ୍ଚଳରେ ଥିବା ବଣ ପାହାଡରେ ଚାଷ ବାସ କରି ନିଜ ନିଜ ପରିବାର ଭରଣ ପଶଣ କରି ରୁହୁଛନ୍ତି କୁଲଙ୍ଗ ଗ୍ରାମବାସି କେବେ ଭାବି ନ ଥିଲେ ଯେ ଏଭଳି ଦିନ ଆସିବ ଏହି ଅଞ୍ଚଳରେ ବର୍ଷା ହବ ପାହାଡ଼ ଧୋସିବ ଆଉ ଘର ଦ୍ୱାର ଗୋରୁ ଗାଈ ଛେଳି ସବୁ ନଷ୍ଟ ହୋଇଯିବଏବଂ ଏ ପିରି ସମସ୍ୟା ର ସମୁଖୀନ କରିବାକୁ ପଡ଼ିବ l କିନ୍ତୁ ପାହାଡ଼ ଧସି ସବୁକିଛି ନଷ୍ଟ ହୋଇ ଚାରିବର୍ଷ ବିତିଗଲଣି ହେଲେ ସରକାର ସାହାଯ୍ୟ ରୁ ଏବେ ପର୍ଯ୍ୟନ୍ତ କୁଲଙ୍ଗ ଗ୍ରାମବାସୀ ବଞ୍ଚିତ | ସରକାର କୁଲଙ୍ଗ ଗ୍ରାମବାସିଙ୍କୁ ଘର କରିବା ପାଇଁ ୱାର୍କ ଓଡର ତ ଦେଇଛନ୍ତି ଆଉ ବେଙ୍କ ପାସବୁକ ରେ 20000 ଟଙ୍କା ଛାଡ଼ି ପାସବୁକ କୁ ହୋଲ୍ଡ କରି ରଖିଛନ୍ତି | ସରକାର ଘରପଟା ଦେଇଛନ୍ତି ସତ କିନ୍ତୁ ଘର କରିବାକୁ ଜାଗା କୋଉଠି ତାଙ୍କ ଜାଗା ଚିହ୍ଣଟ କରି ଦେଉନାହାନ୍ତି କୁଲଙ୍ଗ ଗ୍ରାମବାସୀଙ୍କୁ ଏବେ ପର୍ଯ୍ୟନ୍ତ ଜାଣିନାହାନ୍ତି ଜାଗା ଚିହ୍ନଟ କରି ବ୍ଲକ ପ୍ରଶାସନ ଚାରି ବର୍ଷ ବିତିଗଲାଣି କିନ୍ତୁ ଜାଗା ଚିହ୍ନଟ କରୁନାହାନ୍ତି କୌଣସି ସୁବିଧା ସରକାର ଠାରୁ ସେମାନେ ପାଇଁ ନାହାନ୍ତି | ବର୍ତ୍ତମାନ କୁଲଙ୍ଗ ଗ୍ରାମବାସୀ ମାନଙ୍କ ପ୍ରଥମ ସମସ୍ୟା ର ସମାଧାନ ହୋଇପାରି ହୋଇ ନଥିବା ବେଳେ ଦ୍ଵିତୀୟ ସମସ୍ୟା ମାଡ଼ି ଆସିଯାଇଛି ଦୁଇଦିନର ବର୍ଷାରେ ରାସ୍ତା ରୁ ମାଟି ପଥର ଖସି ବିଲରେ ପଡ଼ି ଯାଇଛି | ରାସ୍ତା ସାଇଡ ରେ ଯେଉଁ ପଥର ବନ୍ଧା ହୋଇଥାଏ ସେ ସବୁ ଖସି ଯାଇଛି ଆଗକୁ ଯଦି ଲଗାଣ ବର୍ଷା ହେଲେ ରାସ୍ତା ଉପରେ ପାହାଡ଼ ଧସିବାର ଅନେକ ସମ୍ଭାବନା ରହିଛି | ଗ୍ରାମ ବାସୀଙ୍କ କହିବା ଅନୁଯାଇ ବର୍ଷା ଦିନରେ ରାତ୍ରି ସମୟରେ ଜୀବନକୁ ବାଜି ଲଗାଇ ରହିବାକୁ ପଡୁଛି | ମନରେ ଏକ ଭୟ ସୃଷ୍ଟି ହୋଉଛି କେତେବେଳେ ପାହାଡ଼ ଧଶିଯିବ ଏ ଆସଙ୍କା ରେ ପିଲାମାନଙ୍କ ସହ ଲୁଗାପଟା ଘର ର ଆବଶ୍ୟକ ଜିନିଷ ପତ୍ର ସବୁ ସଜାଗା ରଖି ଚେଇଁ ରହିବାକୁ ପଡୁଛି| ସରକାର ଙ୍କ ସାହାଯ୍ୟ ବା ଅନ୍ୟ କୋଉ ଉପାୟ ନ ରହି କୁଳଙ୍ଗ ଗ୍ରାମବାସି ପାହାଡ଼ ଉପରେ ରହିବାକୁ ବାଧ୍ୟ ହୋଇଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ