ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ)) ରାଧାଷ୍ଟମୀ ତଥା ଓଡ଼ିଆ ଭାଗବତ ର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମତିଥିକୁ ବାଳ ମୁକୁନ୍ଦର ବିବିଧ କ୍ଷେତ୍ରରେ ଉପସ୍ଥାପନ କରୁଥିବା କୃପାଳୁ ଶିଶୁ ସାହିତ୍ୟ ଆସରରେ ଅତିବଡ଼ି ଜୟନ୍ତୀ ଉତ୍ସବ ପାଳନ ସହ ‘ଭାଗବତ ଟୁଙ୍ଗୀ ‘ ବିଷୟକୁ ନେଇ ଦୁଇଦିନ ଧରି ବାଳ ସତସଙ୍ଗ ଓ ପ୍ରାଥମିକ ସଂସ୍କାର କେନ୍ଦ୍ରମାନଙ୍କରେ ଆଲୋଚନା କରାଯାଇଛି। କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ ସ୍ଥାନକୁ ଭ୍ରାମ୍ୟମାଣ କରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୀବନୀ ସମ୍ପର୍କରେ ଅବଗତ କରାଇଥିଲେ । ବିଧର୍ମୀ ମାନଙ୍କ ଆକ୍ରମଣ ବେଳେ ଧର୍ମପ୍ରାଣ ଓଡ଼ିଆଙ୍କୁ ଏକସୂତ୍ରରେ ବାନ୍ଧିବାକୁ ସକ୍ଷମ ହୋଇଥିଲା ଭାଗବତ । ପ୍ରତି ଗ୍ରାମରେ ଗଢି ଉଠିଥିଲା ଭାଗବତ ଟୁଙ୍ଗୀ । ବିଭିନ୍ନ କେନ୍ଦ୍ରର ପ୍ରତିନିଧିମାନଙ୍କୁ ଭାଗବତରେ ଯେଉଁ ଛୋଟ ଛୋଟ ଶିକ୍ଷା ରହିଛି ତାହାକୁ ଶିଶୁ ମାନଙ୍କୁ କାହାଣୀ ମାଧ୍ୟମରେ କହିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରଥମ ଦିବସ ଶନିବାର ଦିନ ସ୍ଥାନୀୟ ନବଜୀବନ ଟ୍ରଷ୍ଟ (ଝିଅ ଅନାଥ ଆଶ୍ରମ) ଓ ଦ୍ଵିତୀୟ ଦିବସ ରବିବାର ଦିନ ଗୋଷାଣୀ ବ୍ଲକ୍, ରାଜସୀତପୁର, ଶ୍ରୀଜଗନ୍ନାଥ ନିକେତନ (ପୁଅ ଅନାଥ ଆଶ୍ରମ) ଅନୁଷ୍ଠାନମାନଙ୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଭାସିନୀ କୁମାରୀ ଲିମ୍ମା ଏବଂ ବିଷ୍ଣୁଚରଣ ପଣ୍ଡା ସହଯୋଗ କରିଥିଲେ।