Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସଲମାନଙ୍କୁ y+ ସୁରକ୍ଷା; ଗାଲାକ୍ସି ବାହାରେ ପୋଲିସର ପହରା

ମୁମ୍ବାଇ: ବଲିଉଡର ଭାଇଜାନ ତଥା ସୁପରଷ୍ଟାର ସଲମାନ ଖାନଙ୍କୁ ମିଳିଛି ଧମକପୂର୍ଣ୍ଣ ମେଲ୍‌। ସଲମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଜଣାପଡ଼ିଛି। ଯାହା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାତିସାରା ମୁମ୍ବାଇ ପୋଲିସ କର୍ମଚାରୀ ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ଗାଲାକ୍ସି ବାହାରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ସଲମାନଙ୍କୁ ମୁମ୍ବାଇ ପୋଲିସ ପକ୍ଷରୁ y+ ସୁରକ୍ଷା ଦିଆଯାଇଛି।

ମାର୍ଚ୍ଚ ୧୮ରେ ସଲମାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ପଠାଯାଇଥିଲା। ଯେଉଁଥିରେ ସଲମାନ ଖାନଙ୍କ ସହ ‘କଥା ହେବାକୁ’ ଦାବି କରାଯାଇଛି। ରୋହିତ ଗର୍ଗଙ୍କ ନାମରେ ଏହି ମେଲ୍ ଗ୍ରହଣ କରାଯାଇଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଧମକପୂର୍ଣ୍ଣ ମେଲ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବଢାଇଛି ମୁମ୍ବାଇ ପୋଲିସ। ଗୋଲ୍ଡି ବ୍ରାର, ଓ ରୋହିତ ବ୍ରାରଙ୍କ ନାଁରେ ମାମଲା ରୁଜୁ ହୋଇଛି।

କିଛି ଦିନ ତଲେ ସଲମାନଙ୍କୁ ଖୋଲାଖୋଲି ହତ୍ୟା ଧମକ ଦେଇଥିଲା ଲରେନ୍ସ ବି‌ଷ୍ଣୋଇ। ସଲମାନଙ୍କୁ ହତ୍ୟା କରିବା ତାଙ୍କ ଜୀବନର ଏକମାତ୍ର ଲକ୍ଷ ବୋଲି ସେ କହିଥିଲା। ଏପାପରେ ଏବେ ପୁଣି ଥରେ ଭାଇଜାନଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷାକୁ କଡାକଡି କରାଯାଇଛି।