Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାତିଲେ ବିରୋଧୀ; ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର: ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ। ବିଧାନସଭାରେ ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ଓ ତ୍ରୁଟି ଘଟଣାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ହୋଇଥିବା ଦେଖିବାକୁ ମିଳିଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଦେଖି ଆଜି ୪ଟା ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି।

ଗୃହରେ ମାଟ୍ରିକ୍‌ ପ୍ରଶ୍ନପତ୍ରରେ ତ୍ରୁଟି ଘଟଣାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ହୋହଲ୍ଲା କରିଥିଲେ। ଏହାସହିତ ପ୍ରଶ୍ନପତ୍ର ଲିକ୍‌ର କପି ମଧ୍ୟ ଦେଖାଇଥିଲେ। ଏହାଦ୍ବାରା ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି ବୋଲି ନାରାବାଜି କରିଥିଲେ ଦୁଇ ବିରୋଧୀ ଦଳ। ବିରୋଧୀ ଦଳ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏଥିପାଇଁ ଆଜି ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି।