Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ହୃଦୟ ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ବ ହୃଦୟ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକଚନ୍ଦ୍ର ସି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ସମ୍ବଳ ବ୍ୟକ୍ତିତ୍ଵ ସଂଯୋଜକ ଦଣ୍ଡପାଣି ଭୂୟାଁ, ଜୀବ ବିଜ୍ଞାନ ଡେମୋନଷ୍ଟ୍ରେଟର ଏ.ଶେଷଗିରି ରାଓ ଆଚାରୀ ପ୍ରମୁଖ ଯୋଗ ଦେଇ ବିଶ୍ଵ ହୃଦୟ ଦିବସର ମହତ୍ୱ ସମ୍ପର୍କ ରେ ଉଦବୋଧନ ଦେଇଥିଲେ। ପ୍ରାଥମିକ ଚିକିତ୍ସା ଉପଚାର ସମ୍ପର୍କରେ ତାଲିମ୍ ଦାତା ଭାବେ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ସ୍ଵେଚ୍ଛାସେବୀ ମାନଙ୍କୁ ତାଲିମ୍ ଦେଇ ଦିବସର ତାତ୍ପର୍ଯ୍ୟ ସମ୍ପର୍କ ରେ ବୁଝାଇଥିଲେ ।