Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମୋଦୀ ଅମର ରହେ’; ଚୀନ୍‌ରେ ମୋଦୀଙ୍କୁ ପ୍ରଶଂସା

ନୂଆଦିଲ୍ଲୀ: ଚୀନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଚୀନ୍ ବାସୀଙ୍କ ଭିନ୍ନ ସମ୍ମାନ ରହିଥିବା ଦେଖିବାକୁ ମିଳିଛି। ଆମେରିକାର ପତ୍ରିକା ‘ଡିପ୍ଲୋମେଟ୍‌’ ରେ ପ୍ରକାଶିତ ଏକ ଆର୍ଟିକିଲ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୀନ୍ ଲୋକମାନେ ସମ୍ମାନର ସହ ‘ମୋଦୀ ଲାଓକ୍ସିଆନ୍’ ବୋଲି କହୁଛନ୍ତି। ଯାହାର ଅର୍ଥ ହେଉଛି ‘ମୋଦୀ ଅମର ହେ’।

ବର୍ତ୍ତମାନ, ଯେତେବେଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି, ସେତେବେଳେ ଚୀନବାସୀଙ୍କଠାରୁ ଏପରି ସମ୍ମାନ ପାଇବା ପ୍ରକୃତରେ ଏକ ବଡ଼ କଥା। ତଥ୍ୟ ଅନୁଯାୟୀ ଚୀନ୍‌ର ସୋସିଆଲ ମିଡିଆରେ ମୋଦୀଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି। ସୂୁଚନା ଅନୁଯାୟୀ ଅଧିକାଂଶ ଚାଇନିଜ୍ ଅନୁଭବ କରୁଛନ୍ତି ଯେ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ବର ପ୍ରମୁଖ ଦେଶ ମଧ୍ୟରେ ଭାରସାମ୍ୟ ରକ୍ଷା କରିଛି।

ରିପୋର୍ଟ ଅନୁଯାୟୀ ଚୀନ୍ ଇଣ୍ଟରନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଭିନ୍ନ ଡାକନାମ ରହିଛି ‘ମୋଦୀ ଲାଓକ୍ସିଆନ୍’। ଲାଓକ୍ସିଆନ୍ ର ଅର୍ଥ କିଛି ବିଶେଷ ଦକ୍ଷତା ଥିବା ବ୍ୟକ୍ତି ତଥା ଅମର ବ୍ୟକ୍ତିଙ୍କୁ ବୁଝାଏ । ଚୀନ ସୋସିଆଲ ମିଡିଆ ୟୁଜର୍ସ ଭାବନ୍ତି ଯେ ମୋଦୀ ଅନ୍ୟ ନେତାଙ୍କ ତୁଳନାରେ ଭିନ୍ନ ଏବଂ ଆଶ୍ଚର୍ଯ୍ୟଜନକ। ଏହାସହ ତାଙ୍କର କିଛି ନୀତି ଭାରତର ପୂର୍ବ ନୀତିଠାରୁ ଭିନ୍ନ ଅଟେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ