Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲିସ ବାବୁ ବନ୍ଧା ହେଲେ : ମହିଳାଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖୁଥିଲେ

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରୁ ନଜରକୁ ଆସିଛି ଏକ ଅଭାବନୀୟ ଘଟଣା। ଏହି ଥାନାର ପ୍ରାକ୍ତନ ଓଏପିଏଫ ପୁଲିସ ଅଧିକାରୀ ସନ୍ତୋଷ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ପରେ ଅନ୍ତରଙ୍ଗ ସମୟର ଭିଡିଓଙ୍କୁ ଭାଇରାଲ୍ କରିଦେଇଥିଲେ। ଏହାପରେ ମଧ୍ୟ ସେ ଉକ୍ତ ମହିଳାଙ୍କ ଘରେ ପଶି ବିଭିନ୍ନ ଧମକ ଦେଇ ପୁଣିଥରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଉତ୍ତମ ମଧ୍ୟମ କରିବା ପରେ ପୁଲିସ ଜିମା ଦେଇଛନ୍ତି। ଅନ୍ୟପଟେ ମହିଳାଙ୍କ ଏତଲା ପରେ ବେଲଘର ପୁଲିସ କେସ୍ ନଂ. ୫୯ରେ ଏକ ମାମଲା ରୁଜୁ କରିଥିବା ବେଳେ ବାଲିଗୁଡ଼ା ଥାନା ଇନ୍ସପେକ୍ଟର ସୁଶାନ୍ତ ସାହୁ ଏହି ଅଭିଯୋଗର ତଦନ୍ତ ଭାର ଗ୍ରହଣ କରିଛନ୍ତି। ସନ୍ତୋଷ ଆହତ ଅବସ୍ଥାରେ ତୁମୁଡ଼ିବନ୍ଧ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ସେଠାରୁ ଫେରାର ହୋଇଯାଇଥିଲେ। ଦୀର୍ଘ ୭ ଘଣ୍ଟା ପରେ ସିର୍ଲା ପଞ୍ଚାୟତର ବିରିମିଲା ଗାଁରୁ ପୁଲିସ ତାଙ୍କୁ କାବୁ କରିଥିଲା। ଏନେଇ ଆଉ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।